ବାତ୍ୟା ୟାସ୍ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର : ଆଜି ଆସିବେ କେନ୍ଦ୍ରୀୟ ଟିମ୍ । ବାତ୍ୟା ‘ୟାସ୍’ର କ୍ଷୟକ୍ଷତି ଆକଳନ କରିବ ଏହି ଟିମ୍ । କେନ୍ଦ୍ର ଗୃହ ସଚିବ ସୁନୀଲ ବନଓ୍ୱାଲ୍ଙ୍କ ନେତୃତ୍ୱରେ ଆସିବ ୭ଜଣିଆ ଟିମ୍ ଓଡିଶାରେ ହୋଇଥିବା କ୍ଷୟକ୍ଷତି ଆକଳନ ନିମନ୍ତେ ଆସିବେ । ବାତ୍ୟା ପ୍ରଭାବିତ ଅଞ୍ଚଳ ବିଶେଷତଃ ବାଲେଶ୍ୱର ଓ ଭଦ୍ରକରେ ହୋଇଥିବା କ୍ଷୟକ୍ଷତି ବୁଲି ସ୍ଥିତି ସମୀକ୍ଷା କରିବେ । ଏହାପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ ଜେନାଙ୍କ ସହ ଆଲୋଚନା ମଧ୍ୟ କରିବେ ।
ବାତ୍ୟା ‘ୟାସ୍‘ର କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ଯୁଗ୍ମ ସଚିବ ସୁନୀଲ ବନଓ୍ୱାଲ୍ଙ୍କ ନେତୃତ୍ୱରେ ଆସିବ ୭ଜଣିଆ ଟିମ୍। କ୍ଷୟକ୍ଷତି ଅଞ୍ଚଳ ବୁଲି ସମୀକ୍ଷା କରିବ ଟିମ୍। ଏହାପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଏସ୍ ଆରସିଙ୍କ ସହ ଆଲୋଚନା ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ୫୦୦ କୋଟିର ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ତେବେ ଓଡିଶାରେ ୬୧୦ କୋଟିର କ୍ଷୟକ୍ଷତିର ଆକଳନ କରାଯାଇଥିଲା ।
