ବେଆଇନ ବନ୍ଧୁକ ସହ ଯୁବକ ଗିରଫ
ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଯୁବକକୁ ବାରକୋଟ ଥାନା ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଜଣକ ହେଲେ ସେହି ଗ୍ରାମର ପୌଲସ୍ତି ଧୀବର । ଅଭିଯୁକ୍ତଙ୍କ ନିକଟରୁ ୨ଟି ବନ୍ଧୁକ ଜବତ ହୋଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟ୍ଟା ଓ ବାରକୋଟ ଥାନାଧିକାରୀ କନକ ମାଝୀ ଉପସ୍ଥିତ ଥିଲେ ।
