ସୁବର୍ଣ୍ଣ ଜୟନ୍ତୀରେ ଗଣଦୌଡ,୧୮ ରେ ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନବରଙ୍ଗପୁର : ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମାରାଥନ୍ (ଗଣଦୌଡ) ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ବାହାରି ମାଝିଗୁଡ଼ା ପର୍ଯ୍ୟନ୍ତ ପହଂଚି ପୁଣି ଜଗନ୍ନାଥ ମନ୍ଦିର ଛକକୁ ଫେରିଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଆଲୁମିନାଇ କମିଟି ସଭାପତି ଗଣେଶ ଦାଶ, ଜିଲ୍ଲା କ୍ରୀଡ଼ା ସଙ୍ଘ ସମ୍ପାଦକ ପ୍ରହଲ୍ଲାଦ ତ୍ରୀପାଠୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରୀପାଠୀ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, କଲେଜ ଅଧ୍ୟକ୍ଷ ଡ଼ ଭାସ୍କର ନାଥ ବିଶ୍ୱାଳ ଯୋଗ ଦେଇଥିଲେ । ମୂଖ୍ୟ ଅତିଥି ପତକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ । ଗଣଦୌଡରେ ନବରଙ୍ଗପୁର ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନେ ଓ ସହରର ବିଭିନ୍ନ କ୍ଳବ୍ ର କର୍ମକର୍ତା ମାନେ ଯୋଗ ଦେଇଥିଲେ । ଦୌଡରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଅମୁଲେନ୍ସ ର ବ୍ୟବସ୍ଥା ରହିଥିଲା । ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଥିଲା । ସ୍ଥାନ ସ୍ଥାନରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ବିଭିନ୍ନ ସ୍ୱେଛାସେବୀ ମାନେ ପାଣି, ଗ୍ଲୁକୋଜ ଯୋଗେଇ ଦେଇଥିଲେ । ଏଥିରେ ମୋଟ ୧୫୭ ଜଣ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ଭେଟ୍ରାନ ଚିତରଂଜନ ପାତ୍ର ପ୍ରଥମ ହୋଇଥିଲେ । ପୁରୁଷ ବର୍ଗ ରେ ଶିବ ପୂଜାରୀ ପ୍ରଥମ ହୋଇ ଥିବାବେଳେ ସୁରେନ୍ଦ୍ର ସାନ୍ତ୍ରା ଦ୍ୱିତୀୟ ଓ ସୁରେଶ ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହିଳା ବର୍ଗରେ ସୁଶ୍ରୀ ରଶ୍ମିତା ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନରେ ସୁମିତ ଭତ୍ରା ଓ ତୃତୀୟ ସ୍ଥାନରେ ରାଧିକା ଗଣ୍ଡ ଅଧିକାର କରିଥିଲେ । ଜୁନିୟର ବର୍ଗରେ କରଣ ଭତ୍ରା ପ୍ରଥମ, ଦ୍ୱିତୀୟ ପିଣ୍ଟୁ ମାଝୀ ଅଧିକାର କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କୃତ କରାଯାଇଥିଲା । ସ୍ୱତନ୍ତ୍ର ପୁରସ୍କାର ସୁଶ୍ରୀ ହେମଲତା ନାୟକଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରୀପାଠୀ, କୋଷାଧ୍ୟକ୍ଷା ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ମିଡ଼ିଆ କୋଡିନେଟର କିଶୋର ପଟ୍ଟନାୟକ, ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶିବ ଶଙ୍କର ତ୍ରିପାଠୀ, ରବି ଶତପଥୀ, କ୍ରୀଡ଼ା ସଙ୍ଘ ଯୁଗ୍ମ ସଂପାଦକ ମନୋଜ ପଟ୍ଟନାୟକ, ଏମ ବାଲା କ୍ରିଷ୍ଣା ରାଓ, ଆର ନାରାୟଣ ରାଓ, ରାମ ମୂର୍ତୀ ପଟ୍ଟନାୟକ, ସତ୍ୟ ବାଦି ଷଡ଼ଙ୍ଗୀ, ସୂର୍ଯ୍ୟ ତ୍ରିପାଠୀ, ସୁଧାଂଶୁ ତ୍ରିପାଠୀ, ସମେତ ସହରର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇ ଥିଲେ । ସ୍ୱର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି । ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରେ ଆନନ୍ଦ ଉଲ୍ଲାସ ମଧ୍ୟରେ କରିବା ପାଇଁ ମହାବିଦ୍ୟାଳୟ ର ନୂତନ ପୁରାତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଉତ୍କୁଣ୍ଠା ବୃଦ୍ଧି ପାଇଛି ।
