ବାଥୁଡି ସମାଜର ୪୫ତମ ବାର୍ଷିକ ଅଧିବେଶନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ଓଡ଼ିଶାର ଉତ୍ତରାଞ୍ଚଳ ଜିଲାମାନଙ୍କରେ ବସବାସ କରୁ ଥିବା ଆଦିବାସୀ ବାଥୁଡି ସମ୍ପ୍ରଦାୟ କୁ ରାଜ୍ୟସ୍ତର ରେ ନେତୃତ୍ୱ ନେଉ ଥିବା ବାଥୁଡି ସାଂସ୍କୃତିକ ସମାଜ , କେନ୍ଦ୍ରୀୟ କାର୍ଯ୍ୟାଳୟ , ଭୁବନେଶ୍ୱର ତରଫ ରୁ ୪୫ତମ ବାର୍ଷିକ ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଣୀ ବିହାର ସ୍ଥିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସର ରେ ଥିବା ଖେଳ ପଡିଆ ରେ ଆୟୋଜିତ ହୋଇ ଯାଇଛି । ଏଥିରେ ଉଦଳା ବିଧାୟକ ଭାସ୍କର ମଢେଇ , କରଞ୍ଜିଆ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ, କାଈ ଚଟଣୀ ଉପରେ ଗବେଷଣା କରି ସମ୍ପ୍ରତି ଚର୍ଚ୍ଚା ରେ ଥିବା ଯୁବ ଇଞ୍ଜିନିଅର୍ ନୟାଧର ପଢିଆଳ, ବରିଷ୍ଠ ପୋଲିସ ଅଧିକାରୀ ବ୍ରଜମୋହନ ନାଏକ, ଅଠର ଦେଉଳ ଟ୍ରଷ୍ଟ ର ସଭାପତି ତଥା ଯଶିପୁର ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନଗୋବିନ୍ଦ ନାୟକ , କଟକ ଶାଖା ର ସମ୍ପାଦକ ମହେଶ୍ବର ନାଏକ ପ୍ରମୁଖ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇ ଥିଲେ ।


ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଦି ଜିଲା ମାନଙ୍କରେ ବହୁଳ ଭାବରେ ବସବାସ କରୁ ଥିବା ବାଥୁଡି ସମ୍ପ୍ରଦାୟ ର ସାଙ୍ଗଠାନିକ ଓ ସାଂସ୍କୃତିକ ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ଆବଶ୍ୟକୀୟ ସ୍ଥାୟୀ ଗୃହ ଓ ପୂଜାସ୍ଥଳୀ ନିମନ୍ତେ ସରକାର ଙ୍କ ତରଫ ରୁ ଭୁବନେଶ୍ୱର ରେ ଜମି ଯୋଗେଇ ଦେବା , ଶିମିଳିପାଳ ର ଘଞ୍ଚ ଅରଣ୍ୟ ମଧ୍ୟ ରେ ଥିବା ବାଥୁଡି ମାନଙ୍କର ଆରାଧ୍ୟ ଦେବତା ବଡାମ ଠାକୁର ଙ୍କର ପୀଠ ସ୍ଥଳୀ ‘ଅଠର ଦେଉଳ’ ର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା , ବାଥୁଡି ସମ୍ପ୍ରଦାୟ କୁ ନିଶା ମୁକ୍ତ କରିବା ସହ ଶିକ୍ଷା ଓ ସାମାଜିକ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ଥିଲା । ସଂଗଠନ ର ସମ୍ପାଦକ ସୁବାସ ଚନ୍ଦ୍ର ନାଏକ ବାର୍ଷିକ ବିବରଣୀ ପାଠ କରିବା ସହ ସଭାପତି ଚତୁର୍ଭୁଜ ନାଏକ , ସଂଗଠନ ପ୍ରତିଷ୍ଠାତା ଅକ୍ଷୟ ପାତ୍ର , ଦୀନବନ୍ଧୁ ନାଏକ , ସଭାକର ନାଏକ , ମିଥୁନ ନାଏକ ଓ ରାଜ୍ୟର ବିଭିନ୍ନ କୋଣଅନୁକୋଣ ରୁ ଆସି ଥିବା ବାଥୁଡି ସାଙ୍ଗଠାନିକ ନେତୃବୃନ୍ଦ ଏହି ସଭା ରେ ଭାଗ ନେଇ ଥିଲେ । ସଭା ଶେଷ ରେ ବାଥୁଡି ସମ୍ପ୍ରଦାୟର ପାରମ୍ପରିକ ଚାଙ୍ଗୁ ନୃତ୍ୟ ଅନୁଷ୍ଠିତ ଥିଲା । କରଞ୍ଜିଆ ନିକଟସ୍ଥ ଝୁମୁକା କୁଦର ଗ୍ରାମ ରୁ ଆସି ଥିବା ଚାଙ୍ଗୁ ନୃତ୍ୟ ଦୋଳ ଚାଙ୍ଗୁ ନୃତ୍ୟ ପରିବେଷଣ କରି ଥିଲେ । ଭୁବନେଶ୍ୱର ରେ ବସବାସ କରୁ ଥିବା ବାଥୁଡି ସମ୍ପ୍ରଦାୟର ଲୋକେ ସପରିବାର ଏଥିରେ ବହୁଳ ଭାବ ରେ ସାମିଲ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା ।
