ବ୍ରହ୍ମଗିରି ବିକାଶ ପାଇଁ କୈଳାସଙ୍କ ଜୋରଦାର ଉଦ୍ୟମ
ପୁରୀ : ବ୍ରହ୍ମଗିରି ବିକାଶ ପାଇଁ ବ୍ରହ୍ମଗିରିର ଯୁବନେତା କୈଳାସ ପରିଡ଼ାଙ୍କ ଉଦ୍ୟମକୁ ବ୍ରହ୍ମଗିରିବାସୀ ପସନ୍ଦ କରିଛନ୍ତି । ବ୍ରହ୍ମଗିରିର ଆରାଧ୍ୟ ଦେବତା ଶ୍ରୀଅଲାରନାଥ ମନ୍ଦିରର ଉନ୍ନତି ପାଇଁ କୈଳାସଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ୫ ଟି ସଚିବ ଭି.କେ.ପାଣ୍ଡିଆନ ମନ୍ଦିର ଦର୍ଶନ କରିବା ସହ ଉନ୍ନତିକରଣ ପାଇଁ ପ୍ରୟାସ ଜାରି ରଖିଥିଲେ । ଗତ କିଛିଦିନ ତଳେ ଓଡ଼ିଶାର ଜନପ୍ର୍ର୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଅଲାରନାଥ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ସେହିପରି ବ୍ରହ୍ମଗିରିିର ଅନ୍ୟତମ ପର୍ଯ୍ୟଟନ ପୀଠ ମା ବାଲିହରଚଣ୍ଡୀ ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ କୈଳାସ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ବାଲିହରଚଣ୍ଡୀ ପୀଠ ପରିଦର୍ଶନ କରିବା ସହ ମନ୍ଦିରର ସୁରକ୍ଷା ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଖୁବ ଶୀଘ୍ର ୫ଟି ସଚିବ ପରିଦର୍ଶନରେ ଆସିବେ ବୋଲି ଆଜି ଗଣମାଧ୍ୟମକୁ ବ୍ରହ୍ମଗିରି ମାଟିର ଯୁବନେତା କୈଳାସ ପରିଡ଼ା ସୂଚନା ଦେଇଛନ୍ତି । ବ୍ରହ୍ମଗିରିର ବିକାଶ ପାଇଁ ସେ ବ୍ରହ୍ମଗିରି ବିକାଶ ମଞ୍ଛ ଗଠନ କରିଛନ୍ତି । ବ୍ରହ୍ମଗିରିର ଅଗାମି ଭବିଷ୍ୟତ ସଫଳ ନେତା ହୋଇପାରିବେ ବୋଲି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିରେ ଚର୍ଚ୍ଚା ହେଉଛି ।
