ବେଗୁନିଆପଡା ଗାଁ ସାଥୀ ସଂଘର ଦାବିପତ୍ର ପ୍ରଦାନ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଗାଁ ସାଥୀ ସଂଘ ପକ୍ଷରୁ ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ନିରଞ୍ଜନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ହେଲା ଗାଁ ସାଥୀ ମାନଙ୍କୁ ନରେଗା କାର୍ଯ୍ୟସ୍ଥଳୀରେ ଏନଏମଏମଏସରେ ଫଟୋ କ୍ୟାପଚରିଙ୍ଗ କରିବା ସହ ଉପସ୍ଥାନ ପକାଇବା ପାଇଁ ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସଙ୍କୁ ନିର୍ଦେଶ ଦେବା ସମସ୍ତ କାର୍ଯ୍ୟର ଡିମାଣ୍ଡ ସଂଗ୍ରହ ଗାଁ ସାଥି ମାଧ୍ୟମରେ କରାଯାଉ ଓ ସେମି ସ୍କିଲଡୀ ମାଷ୍ଟର ରୋଲ କୁ ଲେବର ପେମେଣ୍ଟ ସମୟରେ ପ୍ରତି ଫେଜରେ ଅନ ଲାଇନ ଏଂଟ୍ରି କରିବା ସହିତ ମେଟାରିୟଲ ପେମେଂଟ କରାଯାଉ । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ସଂଘର କର୍ମକର୍ତା ଓ ବିଡ଼ିଓଙ୍କ ସହ ଆଲୋଚନା କରାଯିବ ବୋଲି ଏବିଡ଼ିଓ କହିଥିଲେ । ଏହି ଦାବି ଗୁଡିକ ଶୀଘ୍ର ପୂରଣ କରାନଗଲେ ଆସନ୍ତା ସୋମବାର ଠାରୁ ବ୍ଲକ ପରିସରରେ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସଭାପତି ରବୀନ୍ଦ୍ର ନାଥ ଗୌଡ଼ ଓ ସମ୍ପାଦକ ଚରଣ ନାୟକ ପ୍ରକାଶ କରିଛନ୍ତି ।
