ସମୁଦ୍ର ମଝିରେ ମନ୍ଦିର ! ୬୦୦ ବର୍ଷ ଧରି ମନ୍ଦିରକୁ ଜଗି ରହିଛି ସାପ
ମନ୍ଦିରର ସୁରକ୍ଷା କରୁଛି ସାପ । ତାହା ପୁଣି ବିରାଟ ସାପ । ୫୦ ନୁହେଁ କି ୧୦୦ ବର୍ଷ ନୁହେଁ ୬୦୦ ବର୍ଷ ଧରି ମନ୍ଦିରକୁ ଜଗି ରହିଛି । ଯଦି କୌଣସି ଖରାପ ପ୍ରକୃତିର ଲୋକେ ମନ୍ଦିରକୁ ପ୍ରବେଶ କରନ୍ତି । ତାହାଲେ ସାପ ସେମାନଙ୍କୁ ଆକ୍ରମଣ କରେ । ୬୦୦ ବର୍ଷ ହେବ ଏଭଳି ଚାଲି ଆସିଛି । ତେବେ ଏହି ମନ୍ଦିର ଭାରତରେ ନୁହେଁ ବରଂ ଇଣ୍ଡୋନେସିଆରେ ଅଛି । ଯାହା ସମୁଦ୍ର ମଝିରେ ଏକ ଉଚ୍ଚ ପଥର ଉପରେ ନିର୍ମିତ ହୋଇଛି । ଏହି ମନ୍ଦିରର ନାଁ ହେଉଛି ‘ତାନା ଲଟ୍’ । ଇଣ୍ଡୋନେସିଆର ବାଲି ଦ୍ୱୀପରେ ନିର୍ମିତ ମନ୍ଦିର ‘ତାନା ଲଟ୍’ ।
ଏହି ଅନନ୍ୟ ମନ୍ଦିର ନିର୍ମାଣ ପଛର କାହାଣୀ ମଧ୍ୟ ନିଆରା । କୁହାଯାଏ ଯେ ‘ତାନା ଲଟ୍’ ମନ୍ଦିର ୧୫ ଶତାବ୍ଦୀରେ ନିରର୍ଥ ନାମକ ଜଣେ ପୁରୋହିତଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ପ୍ରକୃତରେ, ସେହି ପୁରୋହିତ ସମୁଦ୍ର କୂଳରେ ବୁଲିବା ସମୟରେ ଏହି ସ୍ଥାନରେ ପହଞ୍ଚିଥିଲେ । ଏହାପରେ ସେ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦେଖି ଏଠାରେ ମନ୍ଦିର ନିର୍ମାଣ ପାଇଁ ସ୍ଥିର କଲେ । ଏବଂ ନିକଟସ୍ଥ ମତ୍ସ୍ୟଜୀବୀମାନଙ୍କୁ ଏହି ସ୍ଥାନରେ ସମୁଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ତା’ପରେ ଏଠାରେ ମନ୍ଦିର ନିର୍ମାଣ କରାଯାଇଥିଲା ।
ଏହି ମନ୍ଦିରରେ ପୁରୋହିତ ନିରର୍ଥଙ୍କୁ ମଧ୍ୟ ପୂଜା କରାଯାଏ । ଏହା ମଧ୍ୟ କୁହାଯାଏଯେ ପୁରୋହିତ ନିରର୍ଥ ତାଙ୍କ ଶକ୍ତି ଦ୍ୱାରା ଏକ ବିରାଟ ସମୁଦ୍ର ସାପ ସୃଷ୍ଟି କରିଥିଲେ । ଯାହା ମନ୍ଦିରର ସୁରକ୍ଷା କରିଥାଏ ।
ବିଶ୍ୱାସ କରାଯାଏ ଯେ, ସମୁଦ୍ର ଜଳର ଜୁଆର ହେତୁ ହଜାର ହଜାର ବର୍ଷ ପୂର୍ବେ ଏହି ପଥର ସୃଷ୍ଟି ହୋଇଥାଇ ପାରେ । ତେବେ ୧୯୮୦ ରେ ଏହି ମନ୍ଦିରରୁ ପଥର ଖସିବା ଆରମ୍ଭ ହୋଇଥିଲା । ଏହାପରେ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ପରେ ଜାପାନ ସରକାର ଇଣ୍ଡୋନେସିଆ ସରକାରଙ୍କୁ ସାହାଯ୍ୟ କରିଥିଲେ । ତା’ପରେ ମନ୍ଦିରର ମରାମତି କରାଯାଇଥିଲା ।
