କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବୀ ଦିଲ୍ଲୀରେ ପାର୍ଲିଆମେଣ୍ଟ ଘେରିଲା କୁଡୁମୀ ସେନା
ବାରିପଦା : ବିଗତ ୧୯୫୦ ମସିହା ସେପ୍ଟମ୍ବର ୬ ତାରିଖ ଦିନ ଠାରୁ ଆଦିବାସୀ ମାନ୍ୟତା ହରାଇଥିବା କୁଡୁମୀ ଜାତି କୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ଦାବିରେ ଆଜି ଓଡିଶା ବେଙ୍ଗଲ ଓ ଝାଡଖଣ୍ଡ ରାଜ୍ୟର କୁଡୁମୀ ସଂଗଠନ ପକ୍ଷରୁ ଦିଲ୍ଲିରେ ମିଳିତ ଭାବରେ ବିକ୍ଷୋଭ ସଭା ଅନୁଷ୍ଠିତ ହେବା ସହ ପାର୍ଲିଆମେଣ୍ଟ ଘେରାଓ କରାଯାଇଥିବାର ଜଣାଯାଇଛି । ଓଡିଶା କୁଡୁମୀ ସେନାର ପ୍ରତିଷ୍ଠାତା ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ କୁଡୁମୀ ଲୋକ ବସବାସ କରୁଥିବା ଅଂଚଳରୁ ବହୁ ସଂଖ୍ୟାରେ କୁଡୁମୀ ମହିଳା ଓ ପୁରୁଷ ମାନେ ଦିଲ୍ଲି ଯାଇ ଏହି ଆନ୍ଦୋଳନରେ ସାମିଲ ହୋଇଥିବାର ଜଣାଯାଇଛି । ତେବେ କୁଡୁମୀ ଜାତିକୁ ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନ କରୁଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହ ଦାବୀ ପୁରଣ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ କୁଡୁମୀ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନୀ ମହାନ୍ତ କହିଛନ୍ତି ।
