ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ପରସରରେ ସ୍ୱଛତା କାର୍ଯ୍ୟକ୍ରମ
ଯାଜପୁର : ସୁଜନପୁର ସ୍ଥିତ ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ସ୍ୱଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଓ ବିଜୁ ଛାତ୍ର ଜନତା ସଂଗଠନ ମିଳିତ ଉଦ୍ୟମରେ ସୋମବାର ଦିନ ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ଧରି ପଡ଼ି ରହିଥିବା ଅଳିଆ ଆବର୍ଜନା ଗୁଡ଼ିକୁ ସ୍ୱେଛାସେବୀ ମାନେ ସଫେଇ କରିଥିଲେ । ଏନ୍ ଏସ୍ ଏସ୍ର ପ୍ରୋଗ୍ରାମ ଅଧିକାରୀ ଓ ଛାତ୍ର ବିଜେଡ଼ି ସଭାପତିଙ୍କ ନେତୃତ୍ୱରେ ଏହି ଶିବିରରେ ଶତାଧିକ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସ୍ୱଛତା ଅଭିଯାନ ଚାଲୁ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷଉପେନ୍ଦ୍ର କୁମାର ସାହୁଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ଶିବିରରେ ଥିବା ସ୍ୱେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଜାତୀୟ ସେବା ସଂସ୍ଥାର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହିତ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । କଲେଜର ଛାତ୍ରଛାତ୍ରୀମାନେ ଜନମଙ୍ଗଳ କାର୍ଯ୍ୟକ୍ରମରେ ସହଯୋଗ କରିପାରିଲେ ଏହି ଅଞ୍ଚଳର ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିଥିଳେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଦାସ ଫାଉଣ୍ଡେସନର ମହାସଚିବ ଭବପ୍ରସାଦ ଦାସ, ସମାଜସେବୀ ଗଣେଶ୍ୱର ମହାକୁଡ଼, ଅନୀଲ କୁମାର ସାହାଣୀ, ସୈାମ୍ୟ ରଞ୍ଜନ ସାହାଣୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
