ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ସୁଖବିନ୍ଦର ସିଂହ
ହିମାଚଳ ପ୍ରଦେଶର : ଆଜି ହିମାଚଳ ପ୍ରଦେଶରେ ସରକାର ଗଠନ କରିଛି କଂଗ୍ରେସ । ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂହ । ସୁଖବିନ୍ଦରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଆର.ଭି. ଆର୍ଲେକର । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁକେଶ ଅଗ୍ନିହୋତ୍ରୀ । ସିମଲା ସ୍ଥିତ ରିଜ୍ ମୈଦାନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ସମେତ ଦଳର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତା ଯୋଗ ଦେଇଥିଲେ ।
