୮ ଫୁଟ ଲମ୍ବର ଅଜଗର ଉଦ୍ଧାର
ଧର୍ମଶାଳା : ଆଜି ଅପରାହ୍ନରେ ଯାଜପୁର ଜିଲା ବଡଚଣା ବ୍ଲକସ୍ଥିତ କୁମାର ସାହି ନିକଟସ୍ଥ ହାଇଲେବୁଲ କେନାଲ କୂଳରୁ ୮ଫୁଟରୁ ଉର୍ଦ୍ଧ ଲମ୍ବର ଏକ ଅଜଗର ଉଦ୍ଧାର କରାଯାଇଛି । ଏହାକୁ ଉଦ୍ଧାର କରାଯାଇ ମହାବିନାୟକ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ସୂଚନା ମୁତାବକ,ଆଜି ଅପରାହ୍ନରେ ବଡଚଣା ବ୍ଲକ କୁମାର ସାହି ଗ୍ରାମର ଆଦିତ୍ୟ ବେହେରା,ନିତ୍ୟାନନ୍ଦ ବେହେରା ଓ ଗୌରାଙ୍ଗ ବେହେରାଙ୍କ ଘର ଆଗରେ ଯାଇଥିବା ହାଇଲେବୁଲ କେନାଲ କୁଳରେ ଧାନ କାଟିବାକୁ ଯାଉଥିବା ସମୟରେ କ୍ଷେତରେ ଏକ ବିରାଟ ଅଜଗର ଶୋଇଥିବା ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଭୟଭିତ ହୋଇ ପଡି ଥିଲେ । ଅଜଗର କ୍ଷେତରେ ରହିଥିବା ନେଇ ଚଣ୍ଡିଖୋଲ ବନ ବିଭାଗକୁ ଖବର ଦିଆଯାଇଥିଲା । ବଦ କର୍ମଚାରୀ ୟାସିମ୍ ଆଜମ ଖାଁନ ଘଟଣାସ୍ଥଳରେ ପଂହଚି ଅଜଗରକୁ ଉଦ୍ଧାର କରିଥିଲେ । ଏହି ଅଜଗରର ୮ଫୁଟରୁ ଉର୍ଦ୍ଧ ଲମ୍ବ ବୋଲି ଜଣାପଡିଛି । ଅଜଗରକୁ ସେଠାରୁ ଉଦ୍ଧାର କରାଯାଇ ମହାବିନାୟକ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିବା ବନପାଳ ଶଶିଭୂଷଣ ବେହେରା ସୁଚନା ଦେଇଛନ୍ତି ।
