ଟି-୨୦ କ୍ରିକେଟ : ଜିଲା ପରିଷଦ ବିଜୟୀ
ପୁରୀ : ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ଜିଲା ପରିଷଦ ଏକାଦଶ ଓ ପୁରୀ ପୌରପାଳିକା ଏକାଦଶ ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଆଗାମୀ ହକି ୱ୍ବାଲ୍ଡ କପର ପ୍ରଚାର ପ୍ରସାର ଉଦ୍ଦେଶ୍ୟ ରେ ଆୟୋଜିତ ଏହି ମ୍ୟାଚରେ ଜିଲା ପରିଷଦ ୨୯ ରନରେ ପୌରପାଳିକା ଏକାଦଶ କୁ ହରେଇ ଥିଲା। ଜିଲା ପରିଷଦ ଏକାଦଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୪ ରନ କରିଥିବା ବେଳେ ପୌରପାଳିକା ଏକାଦଶ ୮୫ ରନ କରିବାରେ ସକ୍ଷମ ହୋଇଥିଲା।
ଜିଲା ପରିଷଦକୁ ଚମ୍ପିୟାନସ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉତ୍କୃଷ୍ଟ ଖେଳ ପାଇଁ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଦଳର ଅଧିନାୟକ ଜ୍ୟୋତି ଶଙ୍କର ମହାପାତ୍ର ଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା। ପୌରପାଳିକା ଦଳର ଅଧିନାୟକ ସରୋଜ କୁମାର ସ୍ୱାଇଁ ରନରସ୍ ଅପ ଟ୍ରଫି ଗ୍ରହଣ କରିଥିଲେ।
