ରକ୍ତଦାନ ଶିବିର, ୫୬ ୟୁନିଟ ସଂଗୃହୀତ
ଔପଦା : ବାଲେଶ୍ଵର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଅଘିରାପଦା ପଞ୍ଚାୟତ କମାରପାଳ ହାଇ ସ୍କୁଲ୍ ପରିସରରେ ରକ୍ତ ଦାନ ଶିବିର ସକ୍ଷମ ଫାଉଣ୍ଡେସନ ତରଫରୁ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଔପଦା ଥାନା ଅଧିକାରୀଣି କମଳିନୀ ତାଣ୍ଡି ଯୋଗ ଦେଇ ଫିତା କାଟି ଶିବିରକୁ ଉଦଘାଟନ କରିଥିବା ବେଳେ ନିଜେ ମଧ୍ୟ ଏହି ଶିବିରରେ ରକ୍ତ ଦାନ କରି ନିଜର ମହତପଣିଆ ଦେଖାଇଥିଲେ ।
ଅଘିରାପଦା ପଞ୍ଚାୟତ ସରପଞ୍ଚ ଅନୁପମା ବିଶ୍ଵାଳ ଓ ସମିତି ସଭ୍ୟା ଶିଖା ନାୟକଙ୍କ ତତ୍ବାବଧାନରେ କମାର ପାଳ ହାଇସ୍କୁଲ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା ଏବଂ ସକ୍ଷମ ଫାଉଣ୍ଡେସନ ର ସଭାପତି ସସିକାନ୍ତ ରାଉତ, କର୍ମ କର୍ତ୍ତା ଓ ଯୁବ ସମାଜ ସେବୀ ସଞ୍ଜୁ ବିଶ୍ଵାଳ, ଦେବେନ୍ଦ୍ର ଦାସ,ସରୋଜ ଜେନା, ଆଦିତ୍ୟ ନାରାୟଣ ବେହେରା, ମାନସ କୁମାର ବେଜ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।ଏହି ଶିବିରରେ ବହୁ ଯୁବକଓ ମହିଳା ସେଚ୍ଛା କୃତ ଭାବେ ରକ୍ତ ଦାନ କରିଥିଲେ। ଏହି ଶିବିରରେ ୫୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଵେଳେ ଏପ୍ରକାର ମହତ କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।
