୧୬ରୁ ଶିଳ୍ପ ଓ ଗ୍ରାହକ ଏବଂ ଅଟୋ ଏକ୍ସପୋ-୨୦୨୨
ବାଲେଶ୍ୱର : ବାଲେଶ୍ୱର ଆନ୍ତର୍ଜାତିକ ଏକ୍ସପୋ କେନ୍ଦ୍ର ଉତ୍ତର ଓଡ଼ିଶା ଚେମ୍ବର ଅଫ୍ କମର୍ସ ଏବଂ ଶିଳ୍ପ, ବାଲେଶ୍ୱର ଶିଳ୍ପ ଓ ଗ୍ରାହକ ଏକ୍ସପୋ ଓ ଅଟୋ ଏକ୍ସପୋ-୨୦୨୨, ନୋସି ବିଜିନେସ୍ ପାର୍କରେ ଆସନ୍ତା ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ । ଆୟୋଜନରୁ ଏମ୍ଏସ୍ଏମ୍ଇ ବିକାଶ ସୁବିଧା କାର୍ଯ୍ୟାଳୟ କଟକ ସହଯୋଗ କରୁଛି । ଏହି ପ୍ରଦର୍ଶନୀ ଗତ ୩ବର୍ଷର କୋଭିଡ୍ ପାଇଁ ସ୍ଥଗିତ ଥିବାବେଳେ ଚଳିତବର୍ଷ ଆୟୋଜିତ ହେଉଛି । ଏହା ‘ମେକ ଇନ୍ ଓଡ଼ିଶା କନକ୍ଳେଭ୍’ ରାଜଧାନୀ ଭୁବନେଶ୍ୱରରେ ଉଦ୍ଯାପନୀ ପରେ ଉତ୍ତର ଓଡ଼ିଶା ଶିଳ୍ପ ଉଦ୍ୟୋଗର ଏକ ବୃହତ୍ ବିକାଶର ଲକ୍ଷ ନେଇ ସଗଠିତ କରୁଛୁ । ଏନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ନୋସିର ସମ୍ପାଦକ ହରିଶ ପଟେଲ, ନୋସିର ସଭାପତି ପିକେ ଦେଭେ, ନୋସିର ବରିଷ୍ଠ ସଦସ୍ୟ ଏସ୍କେ ପୋଦ୍ଦାର ଉପସ୍ଥିତ ଥିଲେ ।
ଶିଳ୍ପ ଓ ଗ୍ରାହକ ଏକ୍ସପୋ-୨୦୨୨ :
ରାଜ୍ୟ ତଥା ଉତ୍ତରଓଡ଼ିଶା ଅଞ୍ଚଳର ଉପ୍ତାଦିତ ଉତ୍ପନ୍ନ ଦ୍ରବ୍ୟ, ଖାଦ୍ୟ ପ୍ରକ୍ରିୟା କରଣ, ଉତ୍ପାଦ ଓ ରପ୍ତାନୀ ଦ୍ରବ୍ୟର ଶିଳ୍ପ ଅନୁଷ୍ଠାନ ଜିଲାର ବିଭିନ୍ନ ଏସ୍ଏଚ୍ଜି ଅନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିବେ । ଓଡ଼ିଶା ବାହାରର କିଛି ଶିଳ୍ପ ସଂସ୍ଥା ମଧ୍ୟ ଏଥିରେ ଭାଗ ନେବାକୁ ସମ୍ମତି ଦେଇଛନ୍ତି । ସର୍ବସାଧାରଣମାନେ ଏହି ପ୍ରଦର୍ଶନୀରୁ ଦର୍ଶିତ ଦ୍ରବ୍ୟ ସବୁ ସୁଲଭ ମୂଲ୍ୟରେ କ୍ରୟ କରିପାରିବେ । ଏହା ବୃହତ୍ ଶିଳ୍ପ, ଏସ୍ଏଚ୍ଜି ଓ କୁଟୀର ଶିଳ୍ପ ବିକାଶର ଏକ ବୃହତ୍ ନିର୍ଣ୍ଣାୟକ ଭୂମିକା ବହନ କରିବେ ।
ଅଟୋ ମୋବାଇଲ୍ ଏକ୍ସପୋ-୨୦୨୨ :
ଏହି ଏକ୍ସପୋ ଅଟୋ-ମୋବାଇଲ ଅଭିବୃଦ୍ଧିକର ଏକ ବିରାଟ ଲକ୍ଷ୍ୟ ରଖିଛି । ଆୟୋଜକ ଏହି କ୍ଷେତ୍ରରେ ଆଗାମୀ ଉତ୍ପାଦ ଓ ପ୍ରଯୁକ୍ତି ବିଦ୍ୟା ସହିତ ସର୍ବସାଧାରଣଙ୍କୁ ଅବଗତ କରିବାକୁ ଆଶା ରଖିଛନ୍ତି । ବିଭିନ୍ନ କିସମର ଚାରିଚକିଆ ଓ ଦୁଇ ଚକିଆ ବିଦ୍ୟୁତ୍ ଚାଳିତ ଯାନର ପ୍ରଦର୍ଶନକୁ ଏଥିରେ ଅଧିକ କେନ୍ଦ୍ରିତ କରାଯିବ । ଏହି ପ୍ରଦର୍ଶନୀରୁ ଖାଉଟିମାନେ ଆକର୍ଷଣୀୟ ଭେଟି ବିଷୟରେ ବି ଅବଗତ ହୋଇପାରିବେ । ଆଶା କରାଯାଉଛି ଏହି ପ୍ରଦର୍ଶନୀ ଏବଂ ଅଞ୍ଚଳର ଶିଳ୍ପ ଓ ସେବା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ଏହି ପ୍ରଦର୍ଶନୀ ଭିତରେ ବଡ଼ ଶିଳ୍ପ ସମ୍ମିଳନୀ ଓ ବ୍ୟବସାୟିକ କାରବାର ମଧ୍ୟ ସଂଗଠିତ ହେବ । ଯାହା ଶିଳ୍ପ ଅଭିବୃଦ୍ଧିର ଏକ ନୂତନ ଦିଶା ଦେଖାଇବ । ୧୨୦ରୁ ଅଧିକ ତଥା ୨୦,୦୦୦ ସର୍ବସାଧାରଣ ଏଇ ପ୍ରଦର୍ଶନୀରେ ଭାଗ ନେବେ ବୋଲି ଆଶା କରାଯାଏ । ପ୍ରାୟ ସବୁ ଷ୍ଟଲ ଇତ୍ୟବସରରେ ବୁକ୍ ହୋଇସାରିଛି । ପ୍ରଦର୍ଶନୀକୁ ଆସିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ ପାଇଁ ସାଧାରଣ ଜନତାଙ୍କର ନିଃଶୁଳ୍କ ପ୍ରବେଶ ଅଛି । ଏସବୁ ବିଭିନ୍ନ ପ୍ରେସ ଓ ମିଡ଼ିଆ ମାଧ୍ୟମରେ ଜନସାଧରଣଙ୍କୁ ଅବଗତ କରାଇ ଦିଆଯାଇଛି ।
ସାଂସ୍କୃତିକ କାର୍ଯ୍ୟକ୍ରମ :
ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ କଳାକାରମାନଙ୍କ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସଂଗଠିତ ହେବ । ରାଜ୍ୟର ପ୍ରସିଦ୍ଧ ସଙ୍ଗୀତ ଟ୍ରୁପ୍ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ସର୍ବସାଧାରଣ ସୁଲଭ ମୂଲ୍ୟରେ ସୁସ୍ୱାଦୁ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ । ମନୋରଞ୍ଜନ ପାଇଁ ଫନ୍ଜୋନ୍ର ଆୟୋଜନ ରହିଛି ।
ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବ :
ଆସନ୍ତା ୧୬ ତାରିଖ ସନ୍ଧ୍ୟା ୫ଟା ୩୦ରେ ଶିଳ୍ପ ଓ ଗ୍ରାହକ ଏକ୍ସପୋ ୨୦୨୨ ଓ ଅଟୋ ଏକ୍ସପୋ ୧୭ ତାରିଖ ସନ୍ଧ୍ୟା ୫ଟା ୩୦ରେ ଉଦ୍ଘାଟିତ ହେବ । ଏହାର ଉଦ୍ଯାପନୀ ଉତ୍ସବ ୧୯ ତାରିଖ ସନ୍ଧ୍ୟା ୫ଟା ୩୦ରେ ଆୟୋଜିତ ହେବ । ପ୍ରତି ଉତ୍ସବରେ ଓଡ଼ିଶାର ପ୍ରମୁଖ ମନ୍ତ୍ରୀ ଓ ସରକାରୀ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ସର୍ବସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ।
ଏକ୍ସପୋ ଭେନ୍ୟୁ ବିଆଇଇଏକ୍ସ :
ଏହା ହେଉଛି ଏକ ନୂତନ ଭିତ୍ତିଭୂମିର ଗଠିତ ବାଣିଜ୍ୟ ପ୍ରଦର୍ଶନୀ କେନ୍ଦ୍ର । ଯେଉଁଥିରେ ୩୫ହଜାର ବର୍ଗଫୁଟ୍ ଶୀତ ତାପ ନିୟନ୍ତ୍ରଣ ପ୍ରଦର୍ଶନୀ ହଲ ରହିଛି । ଏହାସହିତ ଯାନବାହାନ ପାର୍କିଂ ଓ ଖୋଲା ପ୍ରଦର୍ଶନୀ ପାଇଁ ବିସ୍ତୃତ ସ୍ଥାନ ବି ରହିଛି ।
ସୁରକ୍ଷା ଓ ଅଗ୍ନି ନିରାପତ୍ତା :
ଏକ୍ସପୋ ଭିତରେ ଓ ବାହାର ଭିଡ଼କୁ ସୁପରିଚାଳନା କରିବା ପାଇଁ ଆମର ଗୃହ ସୁରକ୍ଷା କର୍ମୀ ଅଛନ୍ତି । ପ୍ରତି ସନ୍ଧ୍ୟାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜିଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସମ୍ମତି ଦେଇଛନ୍ତି । ଏହାରେ ଫାୟାର୍ ଫାଇଟ୍ର ସମେତ ଅଗ୍ନିଶମ କର୍ମଚାରୀ ମଧ୍ୟ ଉପସ୍ଥିତ ରହିବେ । ଜରୁରୀ କାଳୀନ ପରିସ୍ଥିତିରେ ଓ ଚିକିତ୍ସା ପାଇଁ ଏକ ନିୟନ୍ତ୍ରଣ କକ୍ଷ ବି ସଂଗଠିତ କରାଯିବ । ଆମେ ଏହି ପ୍ରଦର୍ଶନୀର ସମସ୍ତ ସଫଳ କାମନା ପାଇଁ ସହଯୋଗ ଆଶା କରୁଛୁ ।
