ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି : ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର : ପଦ୍ମପୁରରେ କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେଡି ନେଇଗଲା, ଯାହା ଆମ ପାଇଁ ବିପଦ ହେଲା । ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ । ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ବୋଲି ପଦ୍ମପୁରରେ ପରାଜୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ପଦ୍ମପୁରରେ ଜିତୁବୁ ବୋଲି ଆଶା ରଖିଥିଲୁ । ଗତଥର ଠାରୁ ବିଜେପିକୁ ଅଧିକ ଭୋଟ୍ ମିଳିଛି, କିନ୍ତୁ ଭୋଟ୍ ବ୍ୟବଧାନ ଅଧିକ ଥିଲା । ପଦ୍ମପୁର ପରାଜୟର ସମୀକ୍ଷା କରାଯିବ । ୨୦୨୪ରେ ବ୍ୟାପକ ଲଢ଼େଇ ହେବ । ଓଡ଼ିଶା ରାଜନୀତିରୁ କଂଗ୍ରେସ ବାହାରି ଗଲାଣି । ତେଣୁ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ ବୋଲି ସେ କହିଛନ୍ତି । ଅପରପକ୍ଷରେ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ ହୋଇନାହିଁ । ସେ ପଦ୍ମପୁରର ଝିଅ, କଣାସର ବୋହୂ; ଏଥିରେ ଅସତ୍ୟ କଣ ବୋଲି ସେ କହିଛନ୍ତି ।
