ଫିଫା ବିଶ୍ୱକପ : ନେଦରଲାଣ୍ଡସକୁ ହରାଇ ସେମିରେ ଆର୍ଜେଣ୍ଟିନା
ନୂଆଦିଲ୍ଲୀ : କାତାରରେ ଚାଲିଥିବା ଫିଫା ବିଶ୍ୱକପର କ୍ୱାଟର ଫାଇନାଲରେ ନେଦରଲାଣ୍ଡସକୁ ହରାଇ ସେମିରେ ଆର୍ଜେଣ୍ଟିନା । ତେବେ ୪-୩ ପେନାଲ୍ଟି ସୁଟଆଉଟରେ ନେଦରଲାଣ୍ଡସକୁ ଆର୍ଜେଣ୍ଟିନା ପରାସ୍ତ କରିଛି । ଫଳରେ ନେଦରଲାଣ୍ଡସର ଫାଇନାଲକୁ ଯିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଛି ।
କାତାରର ମେଜବାନୀ ଠାରେ ଫିଫା ବିଶ୍ୱକପ ୨୦୨୨ ସିଜିନର କ୍ୱାର୍ଟର ଫାଇନାଲ ମ୍ୟାଚ ଆର୍ଜେଣ୍ଟିନା -ନେଦରଲ୍ୟାଣ୍ଡସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ଖୁବ ରୋମାଞ୍ଚକର ହୋଇଥିଲା । ଶେଷର ୪-୩ ପେନାଲ୍ଟି ସୁଟଆଉଟ୍ ରେ ନେଦରଲ୍ୟାଣ୍ଡସକୁ ହରାଇ ଆର୍ଜେଣ୍ଟିନା -ବାଜି ମାରି ନେଇଥିଲା । ତେବେ ନିର୍ଦ୍ଧାରିତ ସମୟ ଓ ଅତିରିକ୍ତ ସମୟରେ ଉଭୟ ଦଳର ମୁକାବିଲା ୨-୨ରେ ବରାବର ରହିଥିଲା । ଫଳରେ ରେଫରି ଉଭୟ ଦଳକୁ ପେନାଲ୍ଟି ସୁଟଆଉଟ୍ କରିବାର ସୁଯୋଗ ଦେଇଥିଲା । ଯେଉଁଥିରେ ଆର୍ଜେଣ୍ଟିନା ବାଜିମାତ ହୋଇଛି । ତେବେ ଚଳିତ ବିଶ୍ୱକପର ପ୍ରଥମ ଦଳ ଭାବେ ଆର୍ଜେଣ୍ଟିନା ସେମିଫାଇନାଲରେ ପହଞ୍ଚିବାର ଗୌରବ ହାସଲ କରିଛି ।
ସେହିପରି କ୍ରୋଏସିଆ ମଧ୍ୟ ବ୍ରାଜିନକୁ ହରାଇ ସେମିରେ ନିଜ ନାଁକୁ ସାମିଲ କରିଛି । ତେବେ ପ୍ରଥମ କ୍ୱାଟରରେ କ୍ରୋଏସିଆ ୪-୨ ସୁଟଆଉଟରେ ବ୍ରାଜିଲକୁ ପରାସ୍ତ କରିଥିଲା । ଫଳରେ ସେମିଫାଇନାଲରେ ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ମହା ମୁକାବିଲା ହେବ । ଅନ୍ୟପକ୍ଷେ ଆଜି ରାତିରେ ମରକ୍କୋ- ପର୍ତ୍ତୃଗାଲ ଓ ଇଂଲଣ୍ଡ- ଫ୍ରାନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଏହି ମୁକାବିଲା ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
