ବିଡବ୍ଲୁଏଫ୍ ବିଶ୍ବ ଟୁର୍ ଫାଇନାଲ୍ସର ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡିଲେ ପ୍ରଣୟ
ନୂଆଦିଲ୍ଲୀ : ବିଡବ୍ଲୁଏଫ୍ ବିଶ୍ବ ଟୁର୍ ଫାଇନାଲ୍ସର ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଲେ ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ । ଗ୍ରୁପ୍-ଏ’ର ଦ୍ବିତୀୟ ମ୍ୟାଚ୍ରେ ଚୀନ୍ ପ୍ରତିଦ୍ବନ୍ଦ୍ବୀ ଲୁ ଗୁଆଙ୍ଗ୍ ଜୁ’ଙ୍କ ନିକଟରୁ ହାରିଯିବା ପରେ ପ୍ରଣୟଙ୍କ ସେମିଫାଇନାଲ୍ ପ୍ରବେଶ ଆଶା ମଉଳି ଯାଇଥିଲା।
ଏହି ମ୍ୟାଚ୍ରେ ୮୪ ମିନିଟ୍ ଧରି ପ୍ରବଳ ସଂଘର୍ଷ କରିବା ପରେ ପ୍ରଣୟ ୨୧-୨୩, ୨୧-୧୭ ଓ ୧୯-୨୧ରେ ହାରିଯାଇଥିଲେ। ଏହି ଗ୍ରୁପ୍ରେ ମଧ୍ୟ ପ୍ରଣୟଙ୍କର ଏହା ଦ୍ବିତୀୟ ପରାଜୟ ଥିଲା। ପ୍ରଥମ ମ୍ୟାଚ୍ରେ ସେ ଜାପାନର କୋଡାଇ ନାରାଓକାଙ୍କ ଠାରୁ ହାରିଥିଲେ।
