ମୋଦିଙ୍କ ନେତୃତ୍ୱ ପ୍ରତି ଗୁଜୁରାଟବାସୀଙ୍କ ଆସ୍ଥା ଅତୁଟ ରହିଛି : ସମୀର ମହାନ୍ତି
ଭୁବନେଶ୍ୱର : ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ଐତିହାସିକ ବିଜୟ ହାସଲ କରିଛି । ଗୁଜୁରାଟ ରାଜ୍ୟରେ ଲଗାତାର ସପ୍ତମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟୀ ଚଳିତ ନିର୍ବାଚନରେ ସର୍ବକାଳୀନ ଓ ସର୍ବାଧିକ ଭୋଟ ହାସଲ କରି ରେକର୍ଡ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୁଜୁରାଟରେ ଆରମ୍ଭ ହୋଇଥିବା ବିକାଶ ଏବଂ ପରବର୍ତୀ ସମୟରେ ଦେଶର ବିକାଶ କାର୍ଯ୍ୟ ପ୍ରତି ଗୁଜୁରାଟବାସୀ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି । ସେହିପରି ଗୁଜୁରାଟ ନିର୍ବାଚନରେ ବିଜେପିର ବିପୁଳ ବିଜୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅବଦାନ ଅତୁଳନୀୟ ଏବଂ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।
