କୃଷି ଉଡାଣ ଯୋଜନା ୨.୦ରେ ଝାରସୁଗୁଡା ବିମାନ ବନ୍ଦର ସାମିଲ ଯୋଜନାରେ ୫୮ଟି ବିମାନ ବନ୍ଦରକୁ ସାମିଲ୍ କରାଯାଇଛି
ଭୁବନେଶ୍ୱର : କୃଷି ଉଡାନ ଯୋଜନା ୨.୦ ଅଧୀନରେ ୫୮ଟି ବିମାନ ବନ୍ଦରକୁ ସାମିଲ୍ କରା ଯାଇଛି । ଏଥିରେ ଓଡିଶାର ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ । ୨୭ ଅକ୍ଟୋବର ୨୦୨୧ ମସିହାରେ କୃଷି ଉଡାଣ ଯୋଜନା ୨.୦ ଘୋଷଣା କରାଯାଇଥିଲା । ଓଡିଶାର ଉତ୍ପାଦକମାନେ ଏବେ ଏହା ମାଧ୍ୟମରେ ସେମାନଙ୍କର ଶୀଘ୍ର କ୍ଷୟଶୀଳ ଉତ୍ପାଦକୁ ବିମାନ ପରିବହନ ବ୍ୟବସ୍ଥା ମାଧ୍ୟମରେ ଅନ୍ୟ ସ୍ଥାନକୁ ପଠାଇ ପାରିବେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଜେନେରାଲ (ଡଃ) ଭି କେ ସିଂହ (ଅବସରପ୍ରାପ୍ତ) ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏହି ସୂଚନା ଦେଇଛନ୍ତି । ବିମାନ ଦ୍ୱାରା କୃଷି ଉତ୍ପାଦର ପରିବହନକୁ ସୁଗମ କରିବା ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଭାରତୀୟ ମାଲବାହୀ ଏବଂ ପି୨ସି (ଯାତ୍ରୀ – ଠାରୁ – କାର୍ଗୋ) ପାଇଁ ଲ୍ୟାଣ୍ଡିଂ, ପାର୍କିଂ, ଟର୍ମିନାଲ୍ ନାଭିଗେସନ୍ ଲ୍ୟାଣ୍ଡିଂ ଶୁଳ୍କ (ଟିଏନ୍ଏଲ୍ସି) ଏବଂ ରୁଟ୍ ନେଭିଗେସନ୍ ସୁବିଧା ଶୁଳ୍କ (ଆଏର୍ନ୍ଏଫ୍ସି) ର ସମ୍ପୂର୍ଣ୍ଣ ଛାଡ ପ୍ରଦାନ କରିଥାଏ । ଏହି ଯୋଜନା ମୁଖ୍ୟ ରୂପରେ ଅନ୍ୟ ଅଂଚଳ / ଅଂଚଳରେ ୨୮ ଟି ବିମାନବନ୍ଦର ବ୍ୟତୀତ ଉତ୍ତର ପୂର୍ବ, ପାହାଡିଆ ଅଂଚଳ ଏବଂ ଆଦିବାସୀ ଅଂଚଳ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ପ୍ରାୟ ୨୫ଟି ବିମାନବନ୍ଦରକୁ ଅନ୍ତର୍ଭୁକ୍ତ କରିଥାଏ । କୃଷି ଉଡାଣ ୨.୦ ର ମୂଲ୍ୟାଙ୍କନ ପରେ, ଆହୁରି ପାଂଚଟି ବିମାନ ବନ୍ଦରକୁ ଅନ୍ତର୍ଭୁକ୍ତ କରି ମୋଟ ୫୮ଟି ବିମାନ ବନ୍ଦରରେ ପରିଣତ କରା ଯାଇଛି । ଏହି ଭଳି ଭାବେ ଆଦମପୁର, ଅଗରତାଲା, ଆଗତୀ, ଆଗ୍ରା, ଅମୃତସର, ବାଗଡୋଗ୍ରା, ବରେଲି, ଭୁଜ, ଭୁଂଟୁର, ଚଣ୍ଡିଗଡ଼, କୋଏମ୍ବାଟୁର, ଡେରାଡୁନ୍, ଦିବ୍ରୁଗଡ, ଡିମାପୁର, ଗଗଲ, ଗୋଆ , ଗୋରଖପୁର, ହିନ୍ଦନ, ଇମ୍ଫାଲ, ଇନ୍ଦୋର, ଜୈସଲମେର, ଜାମ୍ମୁ, ଜାମନଗର, ଯୋଧପୁର, ଜୋରହାଟ, କାନପୁର, କୋଲକାତା, ଲେହ, ଲେଙ୍ଗପୁଇ, ଲିଲାବାରୀ, ନାଶିକ, ପାକିଙ୍ଗ, ପନ୍ତନଗର, ପଠାନକୋଟ, ପାଟନା, ପିଥୋରାଗଡ, ପୋର୍ଟ – ବନ୍ଦର , ପ୍ରୟାଗରାଜ, ପୁନେ, ରାୟପୁର, ରାଜକୋଟ, ରାଂଚି, ରୂପସି, ଶିଲୋଙ୍ଗ, ଶିମଲା, ସିଲଚର, ଶ୍ରୀନଗର, ତେଜପୁର, ତେଜୁ, ଥିରୁଅନନ୍ତପୁରମ୍, ତିରୁଚିରାପଲ୍ଲୀ, ବାରାଣାସୀ, ବିଶାଖାପାଟନମ୍, ବେଲାଗାଭି, ଭୋପାଳ, ଦରଭଙ୍ଗା, ଜବଲପୁର ଏବଂ ଝାରସୁଗୁଡା ସମେତ ୫୮ଟି ବିମାନ ବନ୍ଦରକୁ ଏଥିରେ ସାମିଲ୍ କରା ଯାଇଥିଲା । କୃଷି ଉଡାଣ ଯୋଜନା ହେଉଛି ଏକ ସମ୍ମିଶ୍ରଣ ଯୋଜନା , ଯେଉଁଠାରେ ଆଠଟି ମନ୍ତ୍ରଣାଳୟ / ବିଭାଗ ଯଥା : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ, ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ, ମତ୍ସ୍ୟ ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ଜନଜାତୀୟ ବ୍ୟାପାର ମନ୍ତ୍ରଣାଳୟ, ଉିର- ପୂର୍ବାଂଚଳ ବିକାଶ ମନ୍ତ୍ରଣାଳୟ ସେମାନଙ୍କ ବିଦ୍ୟମାନ ଯୋଜନା ଗୁଡିକୁ କୃଷି – ଉତ୍ପାଦର ପରିବହନ ପାଇଁ ସାମଗ୍ରୀକୁ ମଜଭୁତ କରିବା ନିମନ୍ତେ ନିଜର ରହିଥିବା ଯୋଜନା ଗୁଡିକୁ ଉପଯୋଗ କରିବେ । କୃଷି ଉଡାଣ ଯୋଜନା ଅଧୀନରେ କୌଣସି ନିର୍ଦ୍ଦିଷ୍ଟ ବଜେଟ୍ ଆବଂଟନ ହୋଇ ନାହିଁ ।
କୃଷି ଉଡାଣ ଯୋଜନା ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦ ଗୁଡିକ ପାଇଁ ଆବଶ୍ୟକତା ଅନୁଯାୟୀ ବାୟୁ ପରିବହନ ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇବା ନିମନ୍ତେ ଉଦ୍ଦିଷ୍ଟ । ଉପରେ ଯେପରି ଉଲ୍ଲେଖ କରା ଯାଇଛି, ସେହିପରି ୮ଟି ମନ୍ତ୍ରଣାଳୟର ବିଦ୍ୟମାନ ଯୋଜନା ଗୁଡିକୁ ଉପଯୋଗ କରି, ଉତ୍ପାଦକ ମାନେ ଚାହିଦାକୁ ଦୃଷ୍ଟିରେ ରଖି ଏହି ଯୋଜନା ଅନ୍ତର୍ଗତ ତାଲିକାଭୁକ୍ତ ୫୮ଟି ବିମାନବନ୍ଦରରେ ଉପଲବ୍ଧ ସେବାଗୁଡିକୁ ବ୍ୟବହାର କରିପାରିବେ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି, ଦେଶର ଉତର- ପୂର୍ବ, ପାହାଡ଼ିଆ ଏବଂ ଆଦିବାସୀ ଅଂଚଳରୁ ଉତ୍ପନ୍ନ ସମସ୍ତ କୃଷି ଉତ୍ପାଦ ଗୁଡିକ ପାଇଁ ନିରବଚ୍ଛିନ୍ନ, ବ୍ୟୟ ବହୁଳ, ସମୟ ସୀମାବଦ୍ଧ, ବାୟୁ ପରିବହନ ଏବଂ ଆନୁଷଙ୍ଗିକ ସାମଗ୍ରୀ ସୁନିଶ୍ଚିତ କରିବା । ଏହାର ଅଳ୍ପ କିଛି ସଫଳ ଉଦାହରଣ ହେଉଛି ଗୌହାଟୀର ‘କିଙ୍ଗ୍ ଚିଲିଜ୍, ବର୍ମା ଅଙ୍ଗୁର ଏବଂ ଆସାମୀୟ ଲେମ୍ବୁ \’ ତ୍ରିପୁରାରୁ ‘ପଣସ\’ ଏବଂ ଦରବଙ୍ଗାରୁ \’ଲିଚୁ\’ ର ବିମାନ ପରିବହନ ।
