ମହାରାଷ୍ଟ୍ର- କର୍ଣ୍ଣାଟକ ସୀମା ବିବାଦ ଦୁଇ ରାଜ୍ୟର ହିତରେ ନାହିଁ- ରାଜ ଠାକରେ
ମୁମ୍ବାଇ : ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ କହିଛନ୍ତି ଯେ ମହାରାଷ୍ଟ୍ର- କର୍ଣ୍ଣାଟକ ସୀମା ବିବାଦକୁ କିଏ ପୁଣି ଭଡ଼କାଇବାକୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ଏହି ବିବାଦ ଦୁଇ ରାଜ୍ୟର ହିତରେ ନାହିଁ । ଏଥିପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହା ଉପରେ ବିଶେଷ ଧ୍ୟାନ ଦେଇ ଶାନ୍ତିକୁ ଏହା ଉପରେ ବିଶେଷ ଧ୍ୟାନ ଦେଇ ଶାନ୍ତିର ପ୍ରୟାସ କରାଯିବା ଦରକାର । ରାଜ ଠାକରେ ବୁଧବାର ଦିନ ସାମ୍ବାଦିକଙ୍କୁ କହିଛନ୍ତି ଯେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ବୟାନରେ ସ୍ଥିତି ବିଗିଡ଼ି ଯାଇଛି । ଏଥିପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ସଂଯମ ରଖିବା ଦରକାର ।
