ମୁୁଲାୟମ ସିଂ ଯାଦବ ଏବଂ ଅନ୍ୟ ଆଠ ଜଣ ପୂର୍ବ ସଦସ୍ୟଙ୍କୁ ଲୋକସଭାରେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଏବଂ ଆଠ ଜଣ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ବୁଧବାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଲୋକସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଗୃହ ସକାଳ ୧୧ଟାରେ କାର୍ଯ୍ୟ ଆରମ୍ଭ କରିବା ପରେ ଲୋକସଭା ବାଚସ୍ପତି ଓମ ବିର୍ଲ୍ଲା ମୁଲାୟମ ସିଂ ଯାଦବ ଏବଂ ଆଠ ଜଣ ପୂର୍ବତନ ସଦସ୍ୟଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି I
