ବିଏସ୍ଏଫ୍ର ଯବାନ ମୋଟାର ଗୁଳି କଲେ ନଷ୍ଟ
ଜାମୁ : ଜାମୁର ବାହାର ଅଞ୍ଚଳ ଗଜନସୁରେ ଏକ ଚାଷଜମିରେ ମୋଟାର ଗୁଳି ଦେଖାଯାଇଥିଲା ଯାହାକୁ ବିଏସ୍ଏଫ୍ର ଯବାନମାନେ ନଷ୍ଟ କରିଦେଇଛନ୍ତି । ସୂଚନା ଅନୁଯାୟୀ କୁଲଦୀପ ସିଂହ ପୁତ୍ର ତାରା ଚନ୍ଦ ନିବାସୀ ଗଜନସୁ ନିଜ ଚାଷଜମିରେ କାମ କରୁଥିଲେ । ଏହି ସମୟରେ ସେ ଏକ ଖେତରେ ଜଙ୍ଗ ଲାଗିଥିବା ଏକ ମୋଟାର ଶୈଳ ଦେଖିଥିଲେ । ସେ ତୁରନ୍ତ ବିଏସ୍ଏଫ୍ର ୧୨ ବାଟାଲିୟନକୁ ସୂଚନା ଦେଇଥିଲେ । ବିଏସ୍ଏଫ୍ର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଏବଂ ସେ ୮୨ ଏମ୍ଏମ୍ ମୋଟାର ଶୈଳକୁ ନଷ୍ଟ କରିଦେଇଛନ୍ତି ।
