ମୁଖ୍ୟ ଶାସନ ସଚିବଙ୍କୁ ପ୍ରତୀକାତ୍ମକ ସଶସ୍ତ୍ର ବାହିନୀ ପତାକା ପ୍ରଦାନ
ଭୁବନେଶ୍ୱର : ସଶସ୍ତ୍ର ବାହିନୀ ପତାକା ଦିବସ ଆଜି ପାଳିତ ହେଉଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ସୈନିକ ବୋର୍ଡ ପକ୍ଷରୁ ପ୍ରତୀକାତ୍ମକଭାବେ ସଶସ୍ତ୍ର ବାହିନୀ ପତାକା ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ ମହାପାତ୍ର ଅଭିନନ୍ଦନ ଜ୍ଞାପନ କରିଥିଲେ । ଦେଶର ବୀର ଯବାନମାନଙ୍କ ଅମରକୀର୍ତି ଓ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତି ବର୍ଷ ଡ଼ିସେମ୍ବର ୭ ତାରିଖକୁ ସଶସ୍ତ୍ର ବାହିନୀ ପତାକା ଦିବସଭାବେ ପାଳନ କରାଯାଉଛି । ୧୯୪୯ ମସିହାଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ସୈନିକ ବୋର୍ଡ ସଂପାଦକ କମାଣ୍ଡର ଘନଶ୍ୟାମ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।
