ବାଲେଶ୍ଵର : ଷ୍ଟେସନ ଛକ ଟେକ୍ସି ଷ୍ଟାଣ୍ଡ ଚାଳକ ସଙ୍ଘଙ୍କୁ ସଦର ବିଜେପି ପକ୍ଷରୁ ସହାୟତା
- ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନରେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ
ବାଲେଶ୍ଵର : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ମନ୍ତ୍ରକୁ ଆଧାର କରି ସାରା ଦେଶରେ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସମ୍ପ୍ରତ୍ତି କୋଭିଡ ମହାମାରୀ ସମୟରେ ଜନସେବାରେ ସମର୍ପିତ। ବିଶ୍ୱର ସର୍ବ ବୃହତ ପାର୍ଟି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ଓଡ଼ିଶାରେ ମଧ୍ୟ ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତା ମାନେ ନିଜ ଜୀବନକୁ ବାଜି ଲଗାଇ ସେବା କାର୍ଯ୍ୟ କରି ଚାଲିଛନ୍ତି। ଏଭଳି ସମୟରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର, ଥର୍ମାଲ ସ୍କାନିଂ, ସାନିଟାଇଜେସନ, ମାସ୍କ ଓ ସାବୁନ ବଣ୍ଟନ କରାଯାଉ ଅଛି। ବିଶେଷ କରି ଯୁବମୋର୍ଚ୍ଚା ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଅଛି।
ଏହି ପରିପ୍ରେକ୍ଷୀରେ ଆଜି ଷ୍ଟେସନ ଛକ ଠାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ଵର ସଦର ବିଜେପି ତରଫରୁ ଟେକ୍ସି ଚାଳକ ଭାଇ ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିତରଣ କରାଗଲା। କୋଭିଡ ମହାମାରୀ, ପରବର୍ତ୍ତୀ ଲକଡାଉନ ଏବଂ ବାତ୍ୟା ପରେ ଟେକ୍ସି ଚାଳକ ଭାଇ ମାନଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି। ଅନ୍ୟ ମାନଙ୍କ ମଧ୍ୟରେ ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସତ୍ୟଜିତ ମିଶ୍ର, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ପ୍ରବୀର ଶଙ୍କର ଦାଶ, ବିକାଶ ପାଢ଼ି, ରତିକାନ୍ତ ନାୟକ, ଅରୂପ ଜେନା, ପବନ କମିଳା, ରାଜେନ୍ଦ୍ର ଚାଟାର୍ଜୀ, ଭାଗ୍ୟରଞ୍ଜନ ନାୟକ, ତପନ ବେହେରା, ସସ୍ମିତା ଦାଶ, ମଧୁଶ୍ରୀ ମିଶ୍ର, ଅନିତା ଦାସ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।



