ଆଧ୍ୟାତ୍ମିକ ପତ୍ରିକା ଉନ୍ମୋଚନ
ପୁରୀ : ଶ୍ରୀବିଶ୍ୱନୟନ ଐଶ୍ୱରୀୟ ଟ୍ରଷ୍ଟର ୪ର୍ଥ ବାର୍ଷିକ ଉତ୍ସବରେ ବିଶ୍ୱନୟନ ଓ ବିଶ୍ୱେଶ୍ୱରୀ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଟ୍ରଷ୍ଟର ସଭାପତି ଡାକ୍ତର ସୌମ୍ୟକାନ୍ତ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପଣ୍ଡିତ ଦୟାନିଧି ତ୍ରିପାଠୀଙ୍କ ମନ୍ତ୍ରପାଠ ସହ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିରେ ଉଦ୍ଘାଟକ ଭାବେ ରାଷ୍ଟ୍ରିୟ ଶ୍ରୀଜଗନ୍ନାଥ ମହିମା ଧର୍ମ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇ ଧର୍ମଜ୍ଞାନ ସଂପର୍କରେ ମତ ଦେଇଥିଲେ । ମୁଖ୍ୟଅତିଥି ସମାଜସେବୀ ଅଧିବକ୍ତା ଚକ୍ରଧର ମହାପାତ୍ର, ମୁଖ୍ୟବକ୍ତା ଦୁର୍ବାଦଳ ମେହେର, ସମ୍ମାନିତ ଅତିଥି ଭାବେ ବଲ୍ଲଭ ଜୟ ସିଂହ, ସାଧନା ପାତ୍ରୀ, ମୋହନ ମହାରଣା ଯୋଗଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ନାରୀ ଭିତ୍ତିକ ପତ୍ରିକା ବିଶେଶ୍ୱରୀ ଉନ୍ମୋଚିତ ହୋଇଥିଲା । ଏହାକୁ କଲ୍ୟାଣମୟୀ ସରସ୍ୱତୀ ଉଦ୍ଘାଟନ କରିବା ସହ ଡକ୍ଟର ପ୍ରତିଭା ମହାରଥୀ, ଡକ୍ଟର ସିନ୍ଧୁ ସେନ, ପ୍ରମୁଖ ଯୋଗଦେଇ ତୃପ୍ତି ପଣ୍ଡାଙ୍କ ରଚିତ ପୁସ୍ତକ ତୃପ୍ତିତରଙ୍କ ଲୋକାର୍ପଣ କରିଥିଲେ । ନୃସିଂହ ମହାପାତ୍ରଙ୍କ ମା ବୈଷ୍ଣୋଦେବୀ କାହାଣୀ, ରଶ୍ମୀମୟୀ ପତିଙ୍କ ବାହୁଡ଼ା ବସନ୍ତ ଉନ୍ମୋଚିତ ହୋଇଥିଲା । ଟ୍ରଷ୍ଟର କାର୍ଯ୍ୟକାରୀ ସଂପାଦକ ଡାକ୍ତର ତପନ କୁମାର ଦାଶ ଧନ୍ୟବାଦ ଦେଇଥିଲେ I
