ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବନେତାଙ୍କ ଧାରଣା
ପୁରୀ : ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଚିକିତ୍ସାରେ ଅବହେଳାକୁ ନେଇ କିଛି ଯୁବକ ଧାରଣା ଓ ଘେରାଓ କରିଛନ୍ତି । ସୋମବାର ଦିନ ଜଣେ ରୋଗୀଙ୍କ ଚିକିତ୍ସାକୁ ନେଇ ଡାକ୍ତର ନଥିବାରୁ ନର୍ସଙ୍କୁ ପଚାରିବାରେ ସେ ଡ୍ୟୁଟି ଚାର୍ଟ ଦେଖ ବୋଲି କହିଥିଲେ । ଡ୍ୟୁଟି ଚାର୍ଟ ଦେଖିବା ସମୟରେ ସେଥିରେ କିଛି ଲେଖା ହୋଇନଥିଲା । ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ଫୋନ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଡାକ୍ତରଙ୍କ କର୍ତ୍ତବ୍ୟରେ ଅବହେଳାକୁ ନେଇ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଲୋକ ଦାସଙ୍କ ନେତୃତ୍ୱରେ ଆଜି ସିଡିଏମ୍ଓ ଅଫିସ୍ ଘେରାଉ ଓ ଧାରଣା ଦେଇଥିଲେ । ଡ୍ୟୁଟି ବୋର୍ଡରେ ନାମ ଲେଖିବା ଆପଦ କାଳୀନ ପରିସ୍ଥିତିରେ ପ୍ରତି ୱାର୍ଡରେ ଫୋନ୍ ସହ ଡାକ୍ତରଙ୍କ ଚାର୍ଟ ମାରିବା ନିରାମୟ ଔଷଧ ଲେଖିବା, ଆଇସିୟୁ ଚାଲୁ କରିବା, ପ୍ରସୂତୀରେ ହାତଗୁଞ୍ଜା ନମାଗିବା ଆଦି ଦାବି ସଂପର୍କରେ ସିଡ଼ିଏମ୍ଓଙ୍କ ସହ ଆଲୋଚନା କରିଥିଲେ । ଏହି ଧାରଣା ଓ ଆଲୋଚନାରେ ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ସଭାପତି ଜିଲ୍ଲା ଆଶୁତୋଷ ମିଶ୍ର ପ୍ରମୁଖ ଅଂଶ୍ରଗହଣ କରିଥିଲେ ।
