କୋର୍ଟ କର୍ମଚାରୀଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ
କେନ୍ଦ୍ରାପଡ଼ : କେନ୍ଦ୍ରାପଡା କୋର୍ଟ କର୍ମଚାରୀଙ୍କୁ କମ୍ପ୍ୟୁଟର ଆଇଟିସି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଜିଲ୍ଲା ଓ ଦୈାରାଜଜ ବିଶ୍ୱଜିତ୍ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ସିଷ୍ଟମ ଅପଡେଟ, ଅନ ଲାଇନ ଡାଟା ଅପଡେଟ, ଡାଟା ଡାଉନଲୋଟ, ଫାଇଲ ଟ୍ରାନ୍ସଫର ପ୍ରଭୃତି ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ସମସ୍ତ ପ୍ରକାର କାଗଜପତ୍ର ଗୁଡିକ କମ୍ପ୍ୟୁଟର ମାଧ୍ୟମରେ କରାଯାଉ ଥିବାରୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରଶିକ୍ଷକ ଭାବେ ସୁଜିତ କୁମାର ତ୍ରିପାଠୀ, ମଧୁସ୍ମିତା ପଣ୍ଡା, ଦେବାଶିଷ ପରିଡା, ଉତମ ପ୍ରସାଦ ଜେନା ପ୍ରମୁଖ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
