ଡ଼ଙ୍ଗା ସହ ୫ ମୃତ ବିଦେଶାଗତ ପକ୍ଷୀ ଜବତ, ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା : ଚିଲିକାରୁ ଡଙ୍ଗା ସାହାଯ୍ୟରେ ପକ୍ଷୀ ଶିକାର କରୁଥିବା ନେଇ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ମୃତ ୫ଟି ବିଦେଶାଗତ ପକ୍ଷୀ ଓ ଡଙ୍ଗା ଜବତ କରିଛି । ସୂଚନା ଅନୁଯାୟୀ, ସୋମବାର ବନ୍ୟପ୍ରାଣୀ ବିଭାଗ କାଳୁପଡା ଘାଟ ନିକଟସ୍ଥ ବୋରକୂଦି ଚ୍ୟାନେଲରେ ପକ୍ଷୀ ଶିକାର ହେଉଥିବା ନେଇ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢଉ କରିଥିଲା । ଚଢ଼ଉ ସମୟରେ ୫ ଟି ମୃତ ବିଦେଶାଗତ ପକ୍ଷୀ ଏବଂ ଏକ ଡ଼ଙ୍ଗା ଜବତ କରିବା ସହ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି । ଗିରଫ ପକ୍ଷୀ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ଜଟିଆ ପାଟଣା ଗାଁର ଚୈତନ୍ୟ ପ୍ରଧାନ (୪୬ ) । ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଚିଲିକାରେ ଏବେ ପକ୍ଷୀ ଶୀକାରୀ ମାତିଛନ୍ତି । ଦିନକୁ ଦିନ ଚିଲିକାରେ ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପାଇଁ ଏହା ମୁଣ୍ଡବ୍ଯଥାର କାରଣ ପାଲଟିଛି । ଶିକାରୀମାନେ ଫୁରାଡନ ବିଷ ଦେଇ ପକ୍ଷୀ ଶୀକାର କରୁଥିବା ଅଭିଯୋଗ ହେଉଛି ।
