ଜିଲ୍ଲାପାଳଙ୍କୁ ଫିଫା ବିଶ୍ୱକପ ଲୋଗୋ ଓ ଫୁଟବଲ ପ୍ରଦାନ
କେନ୍ଦ୍ରାପଡ଼ା : ଫିଫା ବିଶ୍ୱାକପ ୨୦୨୨ ର ଲୋଗୋ ଏବଂ ଫୁଟବଲ କେନ୍ଦ୍ରାପଡା ସହର ସ୍ଥିତ ଆଇ.ଆଇ.ଏଚ୍.ଏମ୍ ର ପୂର୍ବତନ ଛାତ୍ର ଏଥିରେ ଅଂଶ ଗ୍ରହଣ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାକୁ କ୍ରୀଡା କ୍ଷେତ୍ରରେ ଅଗକୁ ନେବାପାଇଁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି । ଜିଲ୍ଲାପାଳଙ୍କର ଏଥିରେ ବହୁ ଅବଦାନ ଥିବାରୁ ଅନୁଷ୍ଠାନ ପକ୍ଷରୁ ଏହି ଉପଲକ୍ଷେ ଫିଫା ବିଶ୍ୱାକପ ୨୦୨୨ ର ଲୋଗୋ ଏବଂ ଏକ ଫୁଟବଲ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଶତାଧିକ କ୍ରୀଡାବିତ୍ ଏବଂ ଆଜାଦ୍ କ୍ଲବର ପୂର୍ବତନ ଖେଳାଳୀ ସେକ ଲିଆକତ ଅଲ୍ଲୀ, ସେକ ସାହାବୁଲା, ମିର ବକାଉଲ୍ଲା, ଟୀକା ଖାନ, ଅନିସୁର ରହେମାନ, ଜିଲ୍ଲା ଫୁଟବଲ ଆସୋସିଏସନ ସଭାପତି ଦିଲସାଦ ଅଲ୍ଲୀ, କାର୍ଯ୍ୟକାରୀ ସଭାପତି ମହମ୍ମଦ ଅମୀର, ସଂପାଦକ ତାପସ କୁମାର ପାଢୀ, ସେକ ନସିମୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଫିଫା ବିଶ୍ୱାକପ ୨୦୨୨ ର ଲୋଗୋ ଏବଂ ଫୁଟବଲ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଖେଳାଲୀ ଏବଂ ବିଶିଷ୍ଟ ବ୍ୟକତି ଯୋଗ ଦେଇଥିଲେ ।
