ସର୍ବଭାରତୀୟ ଇନସୁରାନ୍ସ କମ୍ପାନୀ କର୍ମଚାରୀ ସଂଘ ବୈଠକ
ପୁରୀ : ସର୍ବଭାରତୀୟ ସାଧାରଣ ବୀମା କର୍ମଚାରୀ ସଂଘର ଜାତୀୟ କମିଟି ର ସ୍ୱତନ୍ତ ଅଧିବେଶନ ପୁରୀ ସିବିଚ୍ ନିକଟ ଶ୍ରୀହରି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର କେନ୍ଦ୍ରିୟ ନେତୃବୃନ୍ଦ ଯୋଗଦେଇ ଘରୋଇ କମ୍ପାନୀର ଏକଚାଟିଆ କାରବାର ଓ ଉପଭୋକ୍ତାଙ୍କୁ ଠକିବା ମନୋବୃତ୍ତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଡିସେମ୍ବର ୧୫ରେ ହେବାକୁ ଥିବା ସଂଶୋଧନକୁ ତୀବ୍ର ବିରୋଧ କରିବା ସହ ବୀମା କମ୍ପାନୀଗୁଡ଼ିକପ ଆଗକୁ କ୍ଷତି ସହିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଆର. ଶ୍ରୀନିବାସ ମୂର୍ତ୍ତି ସାଧାରଣ ସଂପାଦକ ତ୍ରିଲୋକ ସିଂ, ଅତିରିକ୍ତ ସାଧାରଣ ସଂପାଦକ ଏ କୁମାର ଭେଲୁ ପ୍ରମୁଖ ଯୋଗଦେଇ ନୂଆ ଆମେଣ୍ଡମେଣ୍ଟକୁ ବିରୋଧ କରିଥିଲେ । ଓଡ଼ିଶା ସଂଘ ପକ୍ଷରୁ ନେତା ବିଜୟ ସାହୁ, ମନୋଜ ରଥ, ଅକ୍ଷୟ ବେଉରିଆ, ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୀମା କମ୍ପାନୀର ଘରୋଇକରଣ ବିରୁଦ୍ଧରେ ଦେଶବ୍ୟାପୀ ଆଂଦୋଳନ ଡାକରା ଦିଆଯିବ ବୋଲି କହିଥିଲେ I
