ପାଟନାଳି ପୋଲ ଭାଙ୍ଗି ଯିବାରୁ ଗମନାଗମନରେ ଅସୁବିଧା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର, ଚକ୍ରୋଡା, ଶ୍ୟାମସୁନ୍ଦରପୁର ପଂଚାୟତ ଅଂଚଳରେ ଥିବା ଏକ ପାଟନାଳି ପୋଲ ଭାଙ୍ଗି ଯାଇ ଥିବାରୁ ସେଠାରେ ବସବାସ କରୁଥିବା ହଜାର ହଜାର ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାଇ ଏହି ପାଟନାଳି ପୋଲଟି ଭାଙ୍ଗି ଯିବାରୁ ଦୁହୁରିଆ ଠାରୁ ତରାପୁର, ନୂଆସାହି, ଭରତପୁର, ପଦାଲୋ, ଆରିପଦା ପ୍ରମୁଖ ଗ୍ରାମକୁ ଏହି ପାଟନାଳି ପୋଲଟି ଯାତାୟତରେ ସୁବିଧା ହେଉଥିଲା । କିନ୍ତୁ ପୋଲଟି ଭାଙ୍ଗିଯିବା ଫଳରେ ବହୁ ଗ୍ରାମବାସୀ ହଇରାଣ ହେବା ସହ ମଟର ସାଇକେଲ ଓ ଚାରି ଚକିଆ ଯାନ ଚଳାଚଳ କରିପାରୁ ନାହିଁ । ତୁରନ୍ତ ଏହି ସ୍ଥାନରେ ଏକ ପୋଲ ନିର୍ମାଣ କରିବା ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ୍ତ ମହାନ୍ତିଙ୍କ ସମେତ ଅଞ୍ଜନ କୁମାର ପଲାଇ, ରଞ୍ଜିତ ସାମଲ ଓ ବହୁ ଚାଷୀ ଦାବି କରିଛନ୍ତି ।
