୭ଟି ବିଦେଶାଗତ ମୃତ ପକ୍ଷୀ ଜବତ, ଜଣେ ଗିରଫ
ଖୋର୍ଦ୍ଧା : ବିଦେଶୀ ପକ୍ଷୀ ଶିକାର କରିଥିବା ନେଇ ଶନିବାର ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ୭ଟି ବିଦେଶାଗତ ମୃତ ପକ୍ଷୀ ଜବତ କରିଛି । ଗିରଫ ଶିକାରୀ ଜଣକ ହେଲେ ପୁରୀ ଜିଲ୍ଲା ଗଡିଶାଗଡା ଥାନା ଅନ୍ତର୍ଗତ ଦୋଛିଆଁ ଗ୍ରାମର ବିଜୟ କୁମାର ସାହୁ (୫୨) । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଆଳିପଡା ନାଳ କାଳିଜାଇ ମନ୍ଦିର ନିକଟରେ ଏହି ଶୀକାରୀ ପକ୍ଷୀ ଶୀକାର କରି ମୃତ ପକ୍ଷୀ ନେଇ ଯାଉଥି୍ୱା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ପିଛା କରି ଶିକାରୀକୁ ଗିରଫ କରିଥିଲେ । ଗିରଫ ଶୀକାରୀ ନିକଟରୁ ୭ ଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି । ଏ ସଂକ୍ରାନ୍ତରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି ।
