ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜନସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦାବିପତ୍ର
କେନ୍ଦ୍ରାପଡ଼ା : ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓଡିଶା କେନ୍ଦ୍ରାପଡା ଶାଖା ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ମାନେ ବର୍ଷ ବର୍ଷ ଧରି ସହାରଂଚଳ ଓ ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥାରେ ସ୍ଥାୟୀ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି କର୍ମଚାରୀ ମାନଙ୍କର ଚାକିରୀକୁ ସ୍ଥାୟୀ କରିବା ପାଇଁ ସରକାର କୈାଣସି ପଦକ୍ଷେପ ନ ନେବାରୁ ଏମାନଙ୍କ ଭବିଷ୍ୟତ ସୁରକ୍ଷା ଦୃଷ୍ଟିରୁ ସରକାର ତଥା ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ୍ଷ ହସ୍ତକ୍ଷେପ କରି ସ୍ଥାୟୀ ନିଯୁକ୍ତି ପାଇଁ ଆବଶ୍ୟକ ସୁପଦକ୍ଷେପ ନେବାପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ରାଜ୍ୟରେ ୫୭ ହଜାର ଠିକା କର୍ମଚାରୀ ମାନେ କାର୍ଯ୍ୟକରି ଆସୁଛନ୍ତି । ସେମାନଙ୍କ ପ୍ରତି ସରକାର ଅବହେଳା ପ୍ରଦର୍ଶନ କରିବାକୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଂପାଦକ ଭାଗିରଥୀ ମହାନ୍ତିଙ୍କ ନେତୃତ୍ୱରେ ସୈାରଭ କୁମାର ନାୟକ, ବିଜୟ ପ୍ରସାଦ ସିଂହ, ସଂଜୟ କୁମାର ମାଟି, ସେକ ଅବଦୁଲ ରଉଫ, ସେକ ରସିଦ୍, ଶଶିକାନ୍ତ ପାତ୍ର, କୈଳାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
