ସମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଯାଜପୁର ଏସପିଙ୍କୁ ଜିଲ୍ଲା ସମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
କୋରେଇ : ପଦ୍ମପୁର ପାଇକମାଳ ଠାରେ ନନ୍ଦିଘୋଷ ଟିଭିର କର୍ତବ୍ୟରତ ସାମ୍ବାଦିକ ଦେବହରି ବେହେରାଙ୍କୁ ଥାନା ପରିସରରେ ଭାଜପା କର୍ମୀଙ୍କ ଆକ୍ରମଣ ଘଟଣାକୁ ଚାରିଆଡୁ ନିନ୍ଦା କରାଯାଉଥିବା ବେଳେ ଏ ବିଷୟରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦ୍ୟେଶରେ ଯାଜପୁର ଜିଲ୍ଲା ଆରକ୍ôଷ ଅଧିକ୍ଷକଙ୍କ ପାଣିକୋଇଲି କାର୍ଯ୍ୟାଳୟ ଠାରେ ରାଜ୍ୟ ସାମ୍ବାଦିକ ସଂଘ ଅନୁବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ମାନଙ୍କୁ କେମିତି ସୁରକ୍ଷା ମିଳିବ ତାହା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାମ୍ବାଦିକ ସଂଘର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ସାମ୍ବାଦିକ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଏନେଇ ଜିଲ୍ଲା ସଭାପତି ସୁବାସ ଧଳ ସାମ୍ବାଦିକ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କୁ ଜଣାଇଛନ୍ତି । ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥି, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇ, ଜାତୀୟ ପରିଷଦ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଚିନ୍ତାମଣି ପାଡୀ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ତରୁଣ ନନ୍ଦ, ଜିଲ୍ଲା ସମ୍ପାଦକ ପ୍ରଭାତ ତ୍ରୀପାଠୀ, ଉମାକାନ୍ତ ରାଉତ, ପ୍ରକାଶ ରାଉତ, ଅକ୍ଷୟ କୁମାର ପରିଡା, ଆଲୋକ ପହୀ, ଉପେନ୍ଦ୍ର ପାତ୍ର, ବିକ୍ରମ କେଶରୀ ସାହୁ, ଅଶୋକ କୁମାର ଦାସ, ଶୋଭିନ ପରିଡା, ରୁଦ୍ର ପ୍ରତାପ ପାଢୀ, କେଶବ ମଲିକ, ପାଣ୍ଡବ ବାରିକ, ସୁବାସ ପ୍ରଧାନ, ସୁନିଲ ଓଝା, ମନ୍ମଥ କୁମାର ତରାଇ, ମହେନ୍ଦ୍ର କୁମାର ଦାସ, ତାରିଣୀ ପଟ୍ଟନାୟକ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।
