ତୁଳସୀ ମହିଳା ମହାବିଦ୍ୟାଳୟରେ ତମାଖୁ ନିବାରଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ
କେନ୍ଦ୍ରାପଡ଼ା : ତୁଳସୀ ମହିଳା ମହାବିଦ୍ୟାଳୟର ୟୁଥ୍ ରେଡ୍ କ୍ରସ୍ ଆନୁକୁଲ୍ୟରେ ତମାଖୁ ନିବାରଣ କାର୍ଯ୍ୟକ୍ରମର ଉଦ୍ଯାପନ ଦିବସ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ପ୍ରମିଳାରାଣୀ ବେହେରାଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ରେଡ୍ କ୍ରସ୍ର କାଉନ୍ସିଲର୍ ଡ଼ଃ ସୁଜାତା ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡି.ପି.ଏଚ୍.ଓ ଡ଼ ମିର୍ଜା ବାବର ବେଗ୍ ତମାଖୁ ବ୍ୟବହାରର କୁପରିଣାମ ଏବଂ ତମାଖୁ ଠାରୁ କିପରି ଦୂରେଇ ରହିବା ମତ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ ମଥୁରୀ ଚରଣ ନାୟକ ତମାଖୁ ନିବାରଣ ପାଇଁ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ମହାବିଦ୍ୟାଳୟର ଗଣିତ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ପ୍ରଫସର୍ ଜ୍ୟେତ୍ସ୍ନାମୟୀ ପତି ପରିବାରର ପ୍ରତ୍ୟେକ ସଦସ୍ୟ କିପରି ତମାଖୁଠାରୁ ଦୂରେଇ ରହିବେ, ସେ ବିଷୟରେ ସଚେତନ କରାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆସିଷ୍ଟାଣ୍ଟ ମ୍ୟାନେଜର୍ ଶ୍ୟାମସୁନ୍ଦର ବିଶ୍ୱାଳ ତମାଖୁ ସେବନ ଦ୍ୱାରା ମଣିଷ କିପରି ଭୟାବହ ବ୍ୟାଧିର ଶିକାର ହେଉଛି ସେ ବିଷୟରେ ସଚେତନ କରାଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଡ଼ଃ ବେଗ୍ ପୁରସ୍କୃତ କରିଥିଲେ । ୟୁଥ୍ ରେଡ୍ କ୍ରସ୍ ର କୋ କାଉନ୍ସିଲର୍ ଅଧ୍ୟାପକ ରଞ୍ଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
