ବ୍ରହ୍ମବରଦା ମହାବିଦ୍ୟାଳୟରେ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ ସମ୍ପର୍କୀତ ଆଲୋଚନାଚକ୍ର
ଧର୍ମଶାଳା : ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ ଆଇନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ବାଲ୍ୟ ବିବାହ ସମ୍ପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ୩୬ ନଂ ଜୋନର ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର,ଜିଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରାମର୍ଶଦାତା ତପନ କୁମାର ପଣ୍ଡା ଓ ଆକ୍ସନଏଡ ଜିଲା ସଂଯୋଜକ ସୁରେନ୍ଦ୍ର କୁମାର ଦିଗାଲ ପ୍ରମୁଖ ଯୋଗ ଦେଇ ଶିଶୁର ସୁରକ୍ଷା,ସେମାନଙ୍କ ଥଇଥାନ ଓ କିଶୋରୀ ବାଳିକା ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଅଦ୍ୱିକା ଅପ୍ସର ବ୍ୟବହାର ଓ ଭୂମିକା ,ବାଲ୍ୟ ବିବାହର କୁପ୍ରଭାବ ଓ କୁପରିଣାମ ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ ଦାଶରଥୀ ପାତ୍ର, ବରିଷ୍ଠ ନାଗରିକ ବିପିନ ବିହାରୀ ଦେଓ, ଶିକ୍ଷାବତ୍ ଆଲାଉଦ୍ଧିନ ଖାଁନ, ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ,ରଶ୍ମିରଞ୍ଜନ ଦାଶ,ଆଇସିଡିଏସ କ୍ଷେତ୍ର ପରିଦର୍ଶୀକା ମୀନାକ୍ଷୀ ଦାସ,ଜିଲା ଶିଶୁ ସୁରକ୍ଷା ୟୁନିଟ୍ର ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇ ସମ୍ପ୍ରତି ସମାଜରେ ବାଲ୍ୟ ବିବାହର କରୁଣ ପରିଣତି ସମ୍ପର୍କରେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଛାତ୍ରୀ ସୁମୈୟା ସେଖ୍ ଓ ମୁଜଦଲଫା ସେଖ୍ ବାଲ୍ୟ ବିବାହ କାରଣ ଓ ନିଷେଧ ସମ୍ପର୍କରେ ନିଜନିଜର ମତାମତ ପ୍ରଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ଦୁହିଁଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ ଅଧିକାର କର୍ମୀ ମଂଟୁ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗ ଦେଇଥିଲେ ।
