ମହିଳାଙ୍କ ଆତ୍ମହୂତି ଉଦ୍ୟମ
ଗଞ୍ଜାମ: ଆଜି ଦିନ ପ୍ରାୟ ୧୧ଟା ୪୫ ରେ ଝରଣା ସ୍ୱାଇଁ ନାମକ ଜଣେ ୩୦ ବର୍ଷୀୟା ମହିଳା ଏସଡିଜେଏମ ବ୍ରହ୍ମପୁର କୋର୍ଟ ପରିସର ମଧ୍ୟରେ ଆତ୍ମହୂତି ଉଦ୍ୟମ କରିଥିଲେ । ଏସଡିଜେଏମଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କାଯ୍ୟରତ କନେଷ୍ଟବଳ ରଶ୍ମି ରଞ୍ଜନ ଦାସ, ସମ୍ପୃକ୍ତ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ଓ ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ଜନସାଧାରଣ ମଧ୍ୟ ସାହାଯ୍ୟ କରିଥିଲେ । ବିଏନପୁର ପୋଲିସ ଷ୍ଟେସନ ମାମଲା ନଂ – ୪୨୨/୨୨ ୟୁ/ଏସ. ୩୦୯ ଆଇପିସି ପଞ୍ଜିକୃତ ହୋଇ ଘଟଣାର ଅନୁସନ୍ଧାନ କରାଯାଉଛି । ପୂର୍ବରୁ ଝରଣା ସାହୁଙ୍କ ଅଭିଯୋଗ ପ୍ରକାରେ, ( ସଦର ମାମଲା ନଂ – ୩୨୬/୨୦ ତାରିଖ ୩୧/୧୦/୨୦୨୦ ୟୁ/ଏସ..୩୭୬୨ (ନଂ) ବାପୁନି ସାହୁଙ୍କ ବିରୋଧରେ ପଞ୍ଜିକୃତ ହୋଇଥିଲା । ବାପୁନି ସାହୁଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା । ଝରଣା ସାହୁ ଅଭିଯୋଗ ଏହା ଯେ ହାଇଦ୍ରାବାଦରେ କାମ କରୁଥିବା ତାଙ୍କ ସ୍ୱାମୀ ଉପେନ୍ଦ୍ର ସ୍ୱାଇଁ ବାପୁନି ସାହୁଙ୍କ ବ୍ୟାଙ୍କ ଆକାଉଂଟ ଜରିଆରେ ତାଙ୍କୁ ଟଙ୍କା ପଠାଉଥିଲେ ଏବଂ ତେଣୁ ଉଭୟ ନିକଟତର ହୋଇଥିଲେ । ଏହାର ସୁଯୋଗ ନେଇ ଏହି ବାପୁନି ସାହୁ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ ଏବଂ ତେଣୁ ବାପୁନି ସାହୁଙ୍କୁ ଗିରଫ କରାଯାଇଥିଲା । ପରେ କୋର୍ଟରୁ ସେ ଜାମିନରେ ଆସିଥିଲେ । ୧୪/୧୧/୨୨ରେ ଝରଣା ସ୍ୱାଇଁଙ୍କ ଅଭିଯୋଗ କ୍ରମେ ଗୋଶାଣୀନୂଆଗାଁ ପିଏସ ମାମଲା ନଂ – ୨୦୪ ୟୁ/ଏସ.. ୩୭୬ଡି / ୩୦୭/୩୫୪/୩୪୨/୫୦୬/୩୪ ଆଇପିସି, ପଞ୍ଜିକୃତ ହୋଇଥିଲା । ଅଭିଯୁକ୍ତ ବାପୁନି ସାହୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ।
