ବସ୍ତରରେ ପଥର ଖଣି ଭୁଶୁଡ଼ି ୭ ମୃତ, ଫସି ରହିଛନ୍ତି ଅନେକ ଶ୍ରମିକ
ରାୟପୁର : ଛତିଶଗଡର ବସ୍ତର ଜିଲାରେ ଅଘଟଣ । ଶୁକ୍ରବାର ବସ୍ତରର ମାଲଗାଓଁରେ ପଥର ଖଣି ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଶ୍ରମିକ ଏବେ ବି ଖଣି ତଳେ ଫସି ରହିଛନ୍ତି।
ସୂଚନା ପାଇ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି | ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଖଣି ଭିତରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନା ନେବା ବାଟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।
