ବିଜେପି ବିଧାୟକ ମାନେ ଗାନ୍ଧୀ ମୂର୍ତି ତଳେ ଦେଲେ ଧାରଣା ରାଜସ୍ୱ ମନ୍ତ୍ରୀ ଓ ଶାସକ ଦଳର ମୁଖ୍ୟ ସଚେତକଙ୍କ ଅନୁରୋଧ ସତ୍ୱେ ଧାରଣା ଜାରୀ ରଖିଲେ
ଭୁବନେଶ୍ୱର : ଚାଷୀ ମାନଙ୍କ ପ୍ରସଙ୍ଗରେ କକ୍ଷତ୍ୟାଗ କରିବା ପରେ ବିଜେପି ବିଧାୟକ ମାନେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଥିଲେ । ଅନ୍ୟ ପକ୍ଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶାସକ ଦଳର ମୁଖ୍ୟ ସଚେତକଙ୍କୁ ଧାରଣା ସ୍ଥଳକୁ ଯାଇ ବିଜେପି ବିଧାୟକ ମାନଙ୍କ ସହ ଆଲୋଚନା କରି ଫେରି ଆସିବାକୁ ଅନୁରୋଧ କରିବାକୁ କହିଥିଲେ । ତଦନୁଯାୟୀ ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲିକ ଓ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଧାରଣା ସ୍ଥଳକୁ ଯାଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିେଜେପି ବିଧାୟକ ମାନେ ଧାରଣା ଜାରି ରଖିଥିଲେ । ଏହା ପରେ ସେମାନେ ବାଚସ୍ପତିଙ୍କ ଦ୍ୱାରା ଡକା ଯାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଯୋଗ ଦେଇ ନ ଥିଲେ ।
