ମଧୁ ବାବୁଙ୍କୁ ଭାରତରତ୍ନ ଦାବିରେ ଦସ୍ତଖତ ଅଭିଯାନ
ଭୁବନେଶ୍ୱର : ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ମରୋଣତୋର ଭାରତରତ୍ନ ପ୍ରଦାନ ସହିତ ମଧୁବାବୁଙ୍କ ପ୍ରତିମୂର୍ତିି ସଂସଦ ଭବନ ପରିସରରେ ସ୍ଥାପନା ଓ ତାଙ୍କ ନାମରେ ରେଳ ଗାଡି ଚଲାଇବା ପାଇଁ ଦାବି ନେଇ ଅଲ ଓଡ଼ିଶା ଲୟର୍ସ ଫୋରମର ଏକ ପ୍ରତିନିଧୀ ମଣ୍ଡଳୀ ଉତରପ୍ରଦେଶର ଆଲାହାବାଦ୍, ମଧ୍ୟ ପ୍ରଦେଶର ଉଜ୍ଜୟନୀ, ଗୁଜୁରାଟର ଦ୍ୱାରକା ଓ ଅହମଦାବାଦରେ ଗାନ୍ଧିଙ୍କ ସାବରମତି ଆଶ୍ରମ ନିକଟରୁ ଦସ୍ତଖତ ସଂଗ୍ରହ ଅଭିଯାନ କରିଛି । ବିଭିନ୍ନ ସହରରେ ବାସ କରୁଥିବା ବହୁ ଓଡ଼ିଆ ମୁରବୀମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଗଦାଧର ଦାସ, ସଞ୍ଜୟ ସାହୁ, କିଶୋର ଜାଡକିଆ, ରାଜିବ ଚୋପ୍ରା, ଜୟଶିଷ ଜାଡକିଆ, ଦିପକ ସୋମ୍ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଯୁବକମାନେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଚେନନ୍ନାଇ, ଆନ୍ଧ୍ରପ୍ରଦେଶର ତିରୂପତି, କୋଳକତା, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ, ସମେତ ୯ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । ଏଥି ସହ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ୧ଲକ୍ଷ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ ହେବ ବୋଲି ସଂଯୋଜକ ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ କହିଛନ୍ତି ।
