ଜିଲ୍ଲାସ୍ତରୀୟ ଜାତୀୟ ଚିତ୍ରକଳା ପ୍ରତିଯୋଗିତା ଡିସେମ୍ବର ୪
ଯାଜପୁର : ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳତା ତଥା ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ପ୍ରତି ବର୍ଷ ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ତରଫରୁ ଜାତୀୟ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରା ଯାଇଥାଏ । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଜାତୀୟ ଚିତ୍ରକଳା ପ୍ରତିଯୋଗିତା-୨୦୨୨ ଆୟୋଜନ କରୁଛି । ଏହି ପ୍ରତିଯୋଗିତା ଆସନ୍ତା ୦୪.୧୨.୨୦୨୨ ରିଖ ରବିବାର ପୂର୍ବାହ୍ନ ୧୦.୩୦ ମିନିଟରେ ସ୍ଥାନୀୟ ଏନ.ସି. ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଅଂଶ ଗ୍ରହଣକାରୀଙ୍କ ପଂଜିକରଣ ସକାଳ ୯.୩୦ରେ ଆରମ୍ଭ ହେବ ଏବଂ ୫ ଗୋଟି ବିଭିନ୍ନ ଗୋଷ୍ଠି ପାଇଁ ପ୍ରତିଯୋଗିତା ଅବଧି ୧୦.୩୦ ମିନିଟରୁ ୧୨.୩୦ ମିନିଟ ପର୍ଯ୍ୟନ୍ତ ରହିବ । ପ୍ରତି୍େଯାଗୀମାନେ ନିଜ ସାଙ୍ଗରେ ଡ୍ରଇଂ ସିଟ୍ ବ୍ୟତିତ ଚିତ୍ରକଳା ପାଇଁ ସମସ୍ତ ଉପକରଣ ଆଣିବେ । ପ୍ରତିଯୋଗିତା ଶେଷରେ ପ୍ରତି ବିଭାଗର ୨ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ ଏବଂ ସେମାନଙ୍କର କୃତିକୁ ରାଜ୍ୟସ୍ତରୀୟ ଚୟନ ପାଇଁ ପଠାଯିବ । ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ପ୍ରତିଯୋଗୀ ଯେପରି ଅଂଶ ଗ୍ରହଣ କରିବେ ସେଥିପାଇଁ ଜିଲ୍ଲାର ସମସ୍ତ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଅବଗତ କରାଇବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରା ଯାଇଛି ।
