ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଦ୍ୱାଦଶ ପୁସ୍ତକମେଳା ପ୍ରସ୍ତୁତି ବୈଠକ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଯାଜପୁର : ଅନନ୍ୟାସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଯାଜପୁର ପୁସ୍ତକ ମେଳା ଅନୁଷ୍ଠିତ ହେବ । ତେବେ ଏନେଇ ଆଜି ଯାଜପୁର ଜିଲ୍ଲା ହାଇସ୍କୁଲ ପରିସରରେ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ୨ବର୍ଷ ମହାମାରୀ କୋଭିଡ କାରଣରୁ ପୁସ୍ତକ ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ସହଯୋଗରେ ପୁସ୍ତକ ମେଳାକୁ ଆକର୍ଷଣୀୟ କରିବା ନିମନ୍ତେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୁସ୍ତକ ପ୍ରକାଶକ,ବିକ୍ରେତା ମାନଙ୍କ ସହ ଯୋଗାଯୋଗ କରାଯାଇ ନିମନ୍ତ୍ରଣ କରିବା ପାଇଁ କମିଟି ଗଠନ କରାଯାଇଛି । ପୁସ୍ତକ ମେଳାରେ ପୁସ୍ତକ ବିକ୍ରି ନିମନ୍ତେ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ପାଠଗାରାମାନଙ୍କ ସହ ଯୋଗାଯୋଗ କରାଯିବାକୁ ନିଷ୍ପତି ନିଆଯାଇଥିଲା । ବାଳାଶ୍ରମ ପଡିଆରେ ହେବାକୁଥିବା ପୁସ୍ତକମେଳା ସମୟରେ ବିଦ୍ୟୁତ ସେବା, ଅଗ୍ନି ନିର୍ବିପକ ବ୍ୟବସ୍ଥା,ଶୌଚାଳୟ,ପିଇବା ପାଣିର ସୁ-ବନ୍ଦୋବସ୍ତ କରିବାକୁ ବୈଠକରେ ନିଷ୍ପତି ହୋଇଛି । ପୁଲିସ ପ୍ରଶାସନ ପକ୍ଷରୁ ପୁସ୍ତକ ମେଳା ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବ ସହ ମେଳାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସହଯୋଗ ନିଆଯିବା ସହ ସହରର ବିଭିନ୍ନ ସ୍ଥାନରେ ହୋଡିଂ ଓ ବ୍ୟାନର ଲଗାଇବାକୁ ନିଷ୍ପତି ହୋଇଛି । ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନଙ୍କର ରହଣି ନିମନ୍ତେ ସୁବନ୍ଦୋବସ୍ତ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରାଯିବାକୁ ନିଷ୍ପତି ହୋଇଛି । ବୈଠକରେ ସଂସଦର ସଂପାଦକ ଡ. କାହ୍ନୁଚରଣ ମିଶ୍ର,ବିଭୂତି ମହାପାତ୍ର,ସୂର୍ଯ୍ୟମଣି ଖୁଂଟିଆ,ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ହୃଷିକେଶ ପତି,ମନୋଜ କୁମାର ନାଥ, ଅଶୋକ କୁମାର ଦାଶ,ଅନିଲ ମହାନ୍ତି,ବିନୋଦ ନାୟକ,ପ୍ରଭାତ ମଲିକ,ଜିତେନ୍ଦ୍ର ବେହେରା,ପ୍ରଦୀପ ଦାସ,ବୃନ୍ଦାବନ ମିଶ୍ର,ଅଭିମୁନ୍ୟ ମିଶ୍ର,ଗୋପିନାଥ ସେଠୀ,ଅବଦୁଲ ରଉଫ୍. ବିଜୟ ମହାପାତ୍ର, ଆନନ୍ଦ ଚନ୍ଦ୍ର ସାହୁ,ନକୁଳଦେବ ସାହୁ ପ୍ରମୁଖ ସଭ୍ୟମାନେ ଯୋଗ ଦେଇ ନିଜର ମତ ରଖିଥିଲେ ।
