କୁମାରୀ ପଞ୍ଚାୟତ ଏମବିକେ ଝୁନୁବାଳା ଦାସ ପୁନଃ ନିଯୁକ୍ତି ପାଇଲେ
ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଗତ ପଞ୍ଚାୟତ ନିର୍ବାଚନରେ ସରକାରୀ ନିୟମକୁ ଉଲଂଘନ କରି କୁମାର ପଞ୍ଚାୟତ ର ଏମବିକେ ଝୁନୁବାଳା ଦାସ ନିଳମ୍ବିତ ହୋଇଥିଲେ । ତେବେ ଆଜି ଯାଜପୁର ଜିଲାପାଳ ତାଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି । ଫଳରେ ଆଜି କୁମାରୀ ପଞ୍ଚାୟତ ରେ ଖୁସିର ଲହରୀ ଖେଳିଯାଇଛି । ଆଜି ଶ୍ରୀମତି ଦାସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାୟିତ୍ୱଭାର ନେଇଛନ୍ତି । ପୁନଃ ନିଯୁକ୍ତି ପାଇବା ପରେ କୁମାରୀ ପଞ୍ଚାୟତର ଶତାଧିକ ମହିଳା ଜାରକାସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରୁ ଶ୍ରୀମତି ଦାସଙ୍କୁ ଏକ ଶୋଭାଯାତ୍ରାରେ କୁମାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ କୁମାର ପଞ୍ଚାୟତର ପୂର୍ବତନ ସରପଂଚ ବାବୁରାମ ଜେନାଙ୍କ ସମେତ ଶହଶହ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ । ସୂଚନା ଥାଉକି,୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତର ଏମବିକେ ଝୁନୁବାଳା ନିର୍ବାଚନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ତାଙ୍କ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିଲା । ଏହା ବିରୋଧରେ ଝୁନୁବାଳା ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ଜିଲାପାଳ ତାଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି ।
