ଓଆରଏଚଡିସି ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ
ଭୁବନେଶ୍ୱର : ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଋଣ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ସଜା ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ଭିଜିଲାନ୍ସ କୋର୍ଟ । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲଦଣ୍ଡ ମିଳିବ । ଏହି ମାମଲାର ଶୁଣାଣି କରି ବୁଧବାର ଦିନ ଭିଜିଲାନ୍ସ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ, ପୂର୍ବତନ ଆଇଏଏସ୍ ତଥା ଓଆରଏଚ୍ ଡିସିର ତତ୍କାଳୀନ ଏମ୍ଡି ବିନୋଦ କୁମାର, କଂପାନି ସଚିବ ସ୍ୱସ୍ତିରଂଜନ ମହାପାତ୍ର, ଜୁନିଅର ଲୋନ୍ ଅଫିସର ସତ୍ୟପ୍ରକାଶ ବେହେରା, ଆସିଷ୍ଟାଂଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ, ପରିଚାଳନା ନିର୍ଦ୍ଦେଶକ ଦେବଦତ ରାୟ ଓ ଭୂମିକା ବିଲ୍ଡରସ୍ ପ୍ରାଇଭେଟ ଲିମିଟେଡର ଅଂଶୀଦାର ବିଭୂତି ଭୂଷଣ ସ୍ୱାଇଁ ।
