ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଅବଧି ମାସେ ବଢିଲା
ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବାକୁ ଗାଡି ଚାଳକଙ୍କୁ ପୁଣି ମାସେ ମହଲତ ମିଳିଛି । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍ ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବା ଅବଧିକୁ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ପାଇଁ ବୁକିଂ ହୋଇଥିଲା କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।
