୧୬ ମୋବାଇଲ ଫୋନ ଜବତ, ଜଣେ ଗିରଫ
କଟକ : ଜିଆରପି ଥାନା ପୋଲିସ ଆଜି ପୂର୍ବାହ୍ନରେ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିବା ସହିତ ତା ନିକଟରୁ ୧୬ଟି ଦାମୀ ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ମାଲଗୋଦାମ ଥାନା ଅନ୍ତର୍ଗତ ବେହେରାସାହିର ବିନୋଦ ବେହେରା(୩୫) । ରେଲୱେ ଷ୍ଟେସନ ଅଂଚଳରୁ ଯାତ୍ରୀମାନଙ୍କର ବିଭିନ୍ନ ସମୟରେ ମୋବାଇଲ ଚୋରି ହେଉଥିବାର କେତେକ ଅଭିଯୋଗକୁ ଭିତ୍ତି କରି ଆଜି ଡିଏସପି ରଜନୀକାନ୍ତ ନାୟକ, ଆଇଆଇସି ଉମାକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ କର୍ମଚାରୀମାନେ ଚଢଉ କରି ଅଭିଯୁକ୍ତ ବିନୋଦକୁ ଗିରଫ କରିବା ସହ ସେ ଲୁଟିଥିବା ୧୬ଟି ମୋବାଇଲ ଜବତ କରିଥିଲେ । ଜିଆରପି ଥାନା କେସ୍ ନଂ ୧୨୯/୨୨, ଦଫା ୩୮୦ରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
