ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦ ବୈଠକ
ଝାରସୁଗୁଡ଼ା : ଜିଲ୍ଲାପାଳ ତଥା ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦ ସଭାପତି ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାର୍ଷିକ ଖସଡ଼ା ପ୍ରସ୍ତୁତି ପୂର୍ବକ ଭାଷା ଓ ସଂସ୍କୃତି ସୁରକ୍ଷା ସକାଶେ ଜୟନ୍ତୀ ପାଳନ, ସାହିତ୍ୟ ସମ୍ମିଳନୀ ଆୟୋଜନ , କବି ବିନୋଦ ନାୟକଙ୍କ ସାହିତ୍ୟ ସୃଷ୍ଟିକୁ ନେଇ ଗ୍ରନ୍ଥାବଳୀ ପ୍ରକାଶନ ଓ ପୁସ୍ତକ ମେଳା ଆୟୋଜନ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଛି । ପୁସ୍ତକ ମେଳା ଆୟୋଜନ ପାଇଁ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏଥି ସହ ଛତିଶଗଡ଼ ଓ ଓଡ଼ିଶାର ଓଡ଼ିଆ ଲେଖକ , କବି ତଥା ସାରସ୍ୱତ ସାଧକମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ ପାଇଁ ନିଷ୍ପତି ହୋଇଛି ।ଆଜୀବନ ସଦସ୍ୟତା ଓ ଅନ୍ୟାନ୍ୟ ସୂତ୍ରରୁ ପାଣ୍ଠି ସଂଗ୍ରହ ପାଇଁ ସଦସ୍ୟ ସଦସ୍ୟାମାନେ ମତ ଦେଇଥିଲେ । ଜିଲ୍ଲା ମହୋତ୍ସବ ଦୁଲଦୁଲି ୨୦୨୩ ଜାନୁଆରୀ ଚଉଦରୁ ଅଠର ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ବାର ତାରିଖରୁ ଅଠର ତାରିଖ ପର୍ଯ୍ୟନ୍ତ ପୁସ୍ତକ ମେଳା ଆୟୋଜନ ପାଇଁ ସ୍ଥିର କରାଯାଇଛି । ବୈଠକରେ ପରିଷଦର କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ/ସଦସ୍ୟା
ଯୋଗ ଦେଇଥିଲେ ।
