ବଦଳିଲା କ୍ୟାପିଟାଲ ହସ୍ପିଟାଲ ଓପିଡି ଖୋଲିବା ସମୟ
ଭୁବନେଶ୍ୱର : ବଦଳିଲା କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ(ଓପିଡି) ଖୋଲା ରହିବା ସମୟ। ଆସନ୍ତା ଡିସେମ୍ବର ୧ତାରିଖରୁ ପ୍ରତ୍ୟେକ ଦିନ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ(ଓପିଡି) ଖୋଲା ରହିବ। ତେବେ ପ୍ରତ୍ୟେକ ଦିନ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଭୋଜନ ପାଇଁ ବର୍ହିବିଭାଗ ବନ୍ଦ ରହିବ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଜାରି କରାଯାଇଛି।
ସେହିପରି ବର୍ହିବିଭାଗ ଖୋଲା ରହିବା ସହ ରୋଗୀଙ୍କ ପାଇଁ ପଞ୍ଜିକରଣ କାଉଣ୍ଟର ସକାଳ ୮. ୩୦ରୁ ଦିନ ୧୨.୩୦ ଓ ୧.୩୦ରୁ ୪.୩୦ ପର୍ଯ୍ୟନ୍ତ ଖୋଲା ରହିବ। ଜରୁରୀକାଳୀନ ସେବା ସମସ୍ତ ଦିନ ୨୪ ଘଣ୍ଟା ଖୋଲା ରହିବ। ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ଓପିଡି ସମୟ ଅନୁସାରେ ଖୋଲା ରହିବ। ସପ୍ତାହର ସବୁଦିନ ଏହି ସୁବିଧା ଉପଲବ୍ଧ ହେବ।
ଆସନ୍ତା ଡିସେମ୍ବର ୧ତାରିଖରୁ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ ଖୋଲା ରହିବ, କିନ୍ତୁ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଭୋଜନ ପାଇଁ ବନ୍ଦ ରହିବ। ଏଥିପାଇଁ ପଞ୍ଜିକରଣ କାଉଣ୍ଟର ସକାଳ ୮. ୩୦ରୁ ଦିନ ୧୨.୩୦ ଓ ୧.୩୦ରୁ ୪.୩୦ ପର୍ଯ୍ୟନ୍ତ ଖୋଲା ରହିବ। ଜରୁରୀକାଳୀନ ସେବା ସମସ୍ତ ଦିନ ୨୪ ଘଣ୍ଟା ଖୋଲା ରହିବ। pic.twitter.com/sGor27N8kZ
— I & PR Department, Odisha (@IPR_Odisha) November 29, 2022
ସୂଚନା ଯେ, ଏଠାରେ ପୂର୍ବରୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ପୁନଶ୍ଚ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ଓପିଡ଼ି ଖୋଲୁଥିଲା। ଶୀତଦିନ ଓପିଡି ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲୁଥିଲା। ହେଲେ ଏଥିରେ ପରିବର୍ତ୍ତନ କରାଯାଇଛି।
