ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଜେଲ୍ ଗଲା ଅଭିଯୁକ୍ତ ସମ୍ବୁନାଥ
ଯାଜପୁର : ଦୋକାନରୁ କିଛି ଜିନିଷ କିଣିବାକୁ ଆସିଥିବା ଜୈନିକା ନାବାଳିକାକୁ ବଳାତ୍କାର ଉଦ୍ୟମ ଘଟଣାରେ ଗତ ରବିବାର ଠାରୁ ଥାନାରେ ଅଟକ ଥିବା ଯାଜପୁର ଟାଉନ ଥାନା ଅନ୍ତର୍ଗତ ଅକରପଡ଼ା ଗ୍ରାମର ପାନ ଦୋକାନୀ ଶମ୍ଭୁନାଥ ମଲ୍ଲିକ (୪୫)ଙ୍କୁ ଜେଲ୍ ଯିବାକୁ ପଡ଼ିଛି । ସୋମବାର ଯାଜପୁର ଟାଉନ ଥାନ ପୁଲିସ୍ ପଡ଼ିତା ନାବାଳିକାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ଚିକିତ୍ସା କରାଇବା ସହିତ ଅଭିଯୁକ୍ତ ଶମ୍ଭୁନାଥ ମଲ୍ଲିକଙ୍କୁ କୋଟରେ ହାଜର କରିଥିଲା । କୋଟରେ ଶମ୍ଭୁନାଥର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ଯିବାକୁ ପଡ଼ିଛି । ସୂଚନା ଥାଉକି ରବିବାର ସନ୍ଧ୍ୟାରେ ଅକରପଡ଼ା ଗ୍ରାମ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ପାଶ୍ୱର୍ରେ ପାନ ଦୋକାନ କରିଥିବା ଅକରପଡ଼ା ଗ୍ରାମର ଶମ୍ଭୁନାଥ ମଲ୍ଲିକଙ୍କ ଦୋକାନକୁ ଜୈନିକା ୮ ବର୍ଷିୟା ନାବାଳିକା କିଛି ଜିନିଷ କ୍ରୟ କରିବାକୁ ଆସିଥିଲା । ନାବାଳିକାକୁ ଏକୁଟିଆ ଦେଖି ଶମ୍ଭୁନାଥ ଚତୁରତାର ସହିତ ଦୋକାନ ପଛପାଶ୍ୱର୍ କୋଠରୀରୁ କିଛି ଜିନିଷ ଆଣି ଦେବାକୁ ନାବାଳିକାକୁ ଅନୁରୋଧ କରିଥିଲା । ଶମ୍ଭୁନାଥର ଅନୁରୋଧ ମୁତାବକ ନା ବାଳିକା ଉକ୍ତ କୋଠରୀରେ ପହଞ୍ôଚବା କ୍ଷଣି ଶମ୍ଭୁନାଥ ସେଠାକୁ ଯାଇ ନାବାଳିକାକୁ ଚକୋଲେଟ ପ୍ରଲୋଭ ଦେଖାଇ ବଳପୂର୍ବକ ବଳାତ୍କାର ଉଦ୍ୟମ କରିଥିଲା । ନାବାଳିକା ଚିତ୍କାର କରି ସେଠାରୁ ଖସି ପଳାଇ ନିଜ ଘରେ ସବୁ କଥା କହିବା ପରେ ନାବାଳିକାଙ୍କ ମାଆ ଏ ସମ୍ପର୍କରେ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଯାଜପୁର ଟାଉନ ଥାନା ପୁଲିସ୍ ଥାନା କେଶ୍ ନଂ. ୪୩୨/୨୨ରେ ଏକ ମାମଲା ରୁଜୁ କରିବା ସହିତ ଅକରପଡ଼ା ସ୍ଥିତ ପାନ ଦୋକାନରୁ ଶମ୍ଭୁନାଥଙ୍କୁ ଗିରଫ କରିଥିଲା ।
