ବାପା ମୃତ୍ୟୁର ୧୪ ଦିନ ପରେ ମାନସିକ ଭାରସାମ୍ୟ ହରାଇ ସାନପୁଅର ଆତ୍ମହତ୍ୟା
ବାଲିଆପାଳ : ବାପାଙ୍କ ମୃତ୍ୟୁର ୧୪ ଦିନ ପରେ ସାନ ପୁତ୍ର ମାନସିକ ଭାରସମ୍ୟ ହରାଇ ବିଳମ୍ବିତ ରାତ୍ରିରେ ନିଜ ଶୋଇବା ଘରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା ଘଟଣା ବାଲିଆପାଳ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରୁଛି ।
ବାଲିଆପାଳ ବ୍ଲକ ଖପରାପଦା ଗ୍ରାମର ବିଜେଡ଼ି ନେତା ସ୍ୱର୍ଗତ ବଳରାମ ସାହୁଙ୍କ ଗତ ୧୪ ତାରିଖରେ ବିୟୋଗ ହୋଇଥିଲା । ତାଙ୍କ ମୃତ୍ୟୁରେ ସାନପୁତ୍ର ସନୁ(୨୦) ସବୁବେଳେ ମାନସିକ ଅସ୍ଥିରତାରେ ରହୁଥିଲେ । ମଝିରେ ମଝିରେ ବାପାଙ୍କ ପାଖକୁ ଚାଲିଯିବ ବୋଲି ପ୍ରଳାପ କରୁଥିଲା । ଏପରିକି ବେଳେ ବେଳେ ପିତାଙ୍କ ଅନୁପସ୍ଥିତିକୁ ଅନୁଭବ କରି ବାପଙ୍କ ଫଟୋ ଆଗରେ କାନ୍ଦୁଥିବା କଥା ପାରିବାର ଲୋକେ କହିଛନ୍ତି । ଯାହାଫଳରେ ପିତାଙ୍କ ମୃତ୍ୟୁର ୧୪ ଦିନ ପରେ ରବିବାର ସନୁ ନିଜ ସ୍ୱର୍ଗବାସୀ ପିତାଙ୍କ ଫଟୋକୁ ନିଜ ଶୋଇବା ଘର ସୋଫା ଉପରେ ସୁନ୍ଦର ଭାବରେ ରଖି ଶେଷ ଶ୍ରଦ୍ଧାଞ୍ଜଳି ଦେଇ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କଥା ପାଖ ପଡ଼ୋଶୀ ମାନେ କହଛନ୍ତି ।
